ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ଵତନ୍ତ୍ର ଭୋଟର ସୂଚୀ ସଂଶୋଧନ ପ୍ରଶିକ୍ଷଣ ଶିବିର
ଝାରସୁଗୁଡ଼ା, ୪ ଜୁନ୍ (ହି.ସ.)- ଝାରସୁଗୁଡ଼ା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ୦୭-ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରସୁଗୁଡ଼ା ପୌରାଞ୍ଚଳର ସ୍ୱେଚ୍ଛାସେବୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ସ୍ତରୀୟ ଭୋଟର ସୂଚୀ ସଂଶୋଧନ-୨୦୨୬ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଅନ
Training programme for blo


ଝାରସୁଗୁଡ଼ା, ୪ ଜୁନ୍ (ହି.ସ.)- ଝାରସୁଗୁଡ଼ା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ୦୭-ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରସୁଗୁଡ଼ା ପୌରାଞ୍ଚଳର ସ୍ୱେଚ୍ଛାସେବୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ସ୍ତରୀୟ ଭୋଟର ସୂଚୀ ସଂଶୋଧନ-୨୦୨୬ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନରେ ଭୋଟର ସୂଚୀକୁ ଅଧିକ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ଡେପୁଟି କଲେକ୍ଟର ହରେକୃଷ୍ଣ ବରିହାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ମାର୍ଗଦର୍ଶନରେ ପରିଚାଳିତ ହୋଇଥିଲା।

ଏହି ପ୍ରଶିକ୍ଷଣ ଶିବିରରେ ଝାରସୁଗୁଡ଼ା ପୌରାଞ୍ଚଳର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ସହକାରୀ ଶିକ୍ଷକ ଏବଂ ଅଙ୍ଗନବାଡ଼ି କର୍ମୀଙ୍କୁ ମିଶାଇ ସର୍ବମୋଟ ୧୦୬ ଜଣ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କୁ ସ୍ୱତନ୍ତ୍ର ସ୍ତରୀୟ ଭୋଟର ସୂଚୀ ସଂଶୋଧନ ପ୍ରକ୍ରିୟାର ବିଭିନ୍ନ ବୈଷୟିକ ଦିଗ ଏବଂ ଏହାର ସଫଳ ରୂପାୟନ ସମ୍ପର୍କରେ ବିସ୍ତୃତ ଭାବେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏହି ସ୍ୱେଚ୍ଛାସେବୀମାନେ ଆଗାମୀ ଦିନରେ କ୍ଷେତ୍ର ସ୍ତରରେ କାର୍ଯ୍ୟ କରିବା ସହ ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ।

ପ୍ରଶିକ୍ଷଣ ସମୟରେ ଉପସ୍ଥିତ ସ୍ୱେଚ୍ଛାସେବୀମାନଙ୍କୁ ବୁଥ ସ୍ତରୀୟ ଅଧିକାରୀ ମାନଙ୍କ ସହ ସମନ୍ୱୟ ରକ୍ଷା କରି କିଭଳି କାର୍ଯ୍ୟ କରିବାକୁ ହେବ, ସେ ନେଇ ସବିଶେଷ ସୂଚନା ଦିଆଯାଇଥିଲା। ବିଶେଷ କରି ଜନଗଣନା ଫର୍ମ ପୂରଣ କରିବାରେ ସାହାଯ୍ୟ କରିବା, ଭୋଟରମାନଙ୍କୁ ଫର୍ମ ବଣ୍ଟନ କରିବା ଏବଂ ପରବର୍ତ୍ତୀ ସମୟରେ ସେଗୁଡ଼ିକୁ ସଠିକ୍ ଭାବେ ସଂଗ୍ରହ କରିବା ସମ୍ପର୍କରେ ସ୍ୱେଚ୍ଛାସେବୀମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଅବଗତ କରାଯାଇଥିଲା। ଏହି ଅବସରରେ ନିର୍ବାଚନ ମଣ୍ଡଳୀର ସମସ୍ତ ୭ ଜଣ ବିଏଲ୍ଓ ସୁପରଭାଇଜର ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରକ୍ରିୟାର ସମୀକ୍ଷା କରିବା ସହ ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande