
ଜୟପୁର, ୦୪ ଜୁନ୍ (ହି.ସ.) - ଜୟପୁର ସଦରଥାନା ଅନ୍ତର୍ଗତ ମକାପୁଟ ନିକଟସ୍ଥ ଏକ ନଦୀରେ ଗୋଡ ଖସି ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଛତିଶଗଡ ଅଂଚଳର ନିଖିଲ ନାଗ। ମୃତକଙ୍କ ମା ପ୍ରତିମା ନାଗଙ୍କ ଅଭିଯୋଗ ଅନୁଯାୟୀ ଛତିଶଗଡ ଅଂଚଳରୁ ନିଜ ପୁଅ ନିଖିଲ ସହ ସେ ଉମୁରି ନିକଟସ୍ଥ ମକାପୁଟ ଗ୍ରାମକୁ ଆସିଥିଲେ। ପୁଅ ନିଖିଲ ଓ ଜ୍ୱାଇଁ ରବି ଟାକ୍ରି ମିଶି ଶୌଚ କରିବାକୁ ମକାପୁଟ ନିକଟସ୍ଥ ଏକ ନଦୀକୁ ଯାଇଥିଲେ। ନଦୀରେ ଥିବା ପାଣି କୁଣ୍ଡରେ ଗୋଡ ଖସି ନିଖିଳ ପଡିଯିବା ଖବର ପାଇ ଜ୍ୱାଇଁ ରବି ଟାକ୍ରି ଏବଂ ପରିବାର ବର୍ଗ ଉଧାର କରି ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ସଦରଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି