
କେନ୍ଦୁଝର, ୦୪ ଜୁନ୍(ହି.ସ.) – ଚମ୍ପୁଆ ବନାଂଚଳ ଅଧୀନ ଉଖୁଣ୍ଡା ସେକ୍ସନ ଜ୍ୟୋତିପୂର ଅର୍ନ୍ତଗତ ଝାଲିଆ ବେଡ଼ା ଜଙ୍ଗଲକୁ ହାତୀ ଦେଖିବାକୁ ଯାଇଥିଲାବେଳେ ଘଟିଛି ଅଘଟଣ। ଯାହାକି ଜଣେ ଯୁବକ ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ଜଣକ ଜ୍ୟୋତିପୁର ଗ୍ରାମର ଜ୍ୟୋତି ରଞ୍ଜନଙ୍କ ପୁଅ ଶୁଭମ୍ କର(୨୩) ବୋଲି ଜଣାପଡ଼ିଛି।
ସୂଚନାରୁ ଉଖୁଣ୍ଡା ସେକ୍ସନର ଝାଲିଆବେଡ଼ା ଜଙ୍ଗଲରେ ଦୁଇଟି ଦନ୍ତା ଅଲଗା ହୋଇ ଜଙ୍ଗଲ ରାସ୍ତା ନିକଟରେ ରହିଥିଲା ବେଳେ, ସ୍ଥାନୀୟ କିଛି ଲୋକଙ୍କ ସହିତ ଶୁଭମ ମଧ୍ୟ ହାତୀ ଦେଖିବାକୁ ଯାଇଥିଲେ। ଏପରିକି ଦୁଇ ହାତୀଙ୍କ ନିକଟତର ହୋଇ ଯାଇଥିଲେ ଶୁଭମ, ହେଲେ ସେଥିମଧ୍ୟରୁ ଗୋଟିଏ ଦନ୍ତା ହାତୀ ହଟାତ୍ ଆସି ଶୁଣ୍ଢରେ ଶୁଭମ୍ଙ୍କୁ ଫୋପାଡ଼ି ଦେଇଥିଲା। ଉପସ୍ଥିତ ଥିବା ଜୋତିପୁର ବିଟର ବନରଖି, ବନ ବିଭାଗରେ କାର୍ଯ୍ୟରତ ହାତୀ ସ୍କ୍ୱାର୍ଡ ଘଟଣା ସ୍ଥଳରୁ ଗୁରୁତର ଆହାତ ଶୁଭମ୍ଙ୍କୁ ଉଦ୍ଧାର କରି ନିକଟସ୍ଥ ଭଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିବା ସହିତ ଚିକିତ୍ସା କରାଉଥିବା ଜଣାପଡ଼ିଛି।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA