
କୋରାଇ, ୦୪ ଜୁନ୍(ହି.ସ.) – ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଷଠିପୁର ମଧ୍ୟରେ ବୁଧବାର ବିଳମ୍ବିତ ରାତ୍ରୀ ପ୍ରାୟ ଦେଢ଼ଟା ସମୟରେ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ଟ୍ରକ୍ ସହିତ ଆମ୍ବୁଲାନ୍ସ ଧକ୍କାହେବା ଫଳରେ ଉଭୟ ଦୁର୍ଘଟଣାର ଶିକାର ହୋଇଛନ୍ତି। ସୌଭାଗ୍ୟ ବଶତଃ ଉଭୟ ଚାଳକ ବର୍ତି ଯାଇଛନ୍ତି। ଘଟଣାସ୍ଥଳେ ପୁଲିସ ପହଂଚି ଗାଡ଼ି ଦୁଇଟିକୁ ଜବତ କରିବା ସହ ଏକ ମାମଲା ୨୦୭/୨୬ ରୁଜ୍ଜୁ କରି ତଦନ୍ତ ଚଳାଇଛି । ପ୍ରକାଶ ଯେ ୧୬ ନମ୍ବର ଜାତୀୟ ପାଶ୍ୱର୍ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରୁ ତେଲ ପକାଇ ଏକ ଟ୍ରକ(ଡବ୍ଲ୍ୟୁବି ୮୭ସି ୧୩୩୬)ରାଜପଥକୁ ହଠାତ ବାହାରୁଥିବାବେଳେ କଟକରୁ ଭଦ୍ରକ ଫେରୁଥିବା ଏକ ଆମ୍ବୁଲାନ୍ସ (ଓଡି୨୨ଡିଏମ୍୦୨୧୩) ବ୍ରେକ ମାରିବା ସତ୍ୱେ ମଧ୍ୟ ଟ୍ରକ କଡ଼ରେ ଧକ୍କା ହୋଇଥିଲା। ଫଳରେ ଉଭୟ ଟ୍ରକ ଓ ଆମ୍ବୁଲାନ୍ସ ଦୁର୍ଘଟଣାର ଶିକାର ହୋଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି