
ଭୁବନେଶ୍ୱର, 4 ଜୁନ (ହି.ସ) - କୋଷ୍ଟାଲ ହାଇଓ୍ୱେକୁ ନେଇ ଆଉ ଗୋଟିଏ ଦଶନ୍ଧିର ସ୍ୱପ୍ନ ଦେଖାଇଛନ୍ତି
କେନ୍ଦ୍ର ସରକାର ବୋଲି କହି ବର୍ଷିଛି ବିଜେଡି । ବିଜେଡି ଉପସଭାପତି ସଞ୍ଜୟ ଦାସ ବର୍ମା
କହିଛନ୍ତି ଯେ, ଘୋଷଣା କରାଯାଇଥିବା ପ୍ରକଳ୍ପରେ ପର୍ଯ୍ୟଟନର କୌଣସି ସୁଯୋଗ ରହିବ ନାହିଁ ।
11 ବର୍ଷ ପରେ କୋଷ୍ଟାଲ ହାଇଓ୍ୱେର କ୍ୟାବିନେଟ ଅନୁମୋଦନକୁ ନେଇ
କେନ୍ଦ୍ର ମନ୍ତ୍ରୀ ଅବଗତ କରିଛନ୍ତି । 2015 ରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ
ପିପିଲି ଠାରେ କୋଷ୍ଟାଲ ହାଇଓ୍ୱେ ନେଇ ଘୋଷଣା କରାଯାଇଥିଲା । ଗୋପାଳପୁରରୁ ଦିଘା ପ୍ରାୟ 450 କିମି ପର୍ଯ୍ୟନ୍ତ
ନିର୍ମାଣ ପାଇଁ ଓଡିଶା ବାସୀଙ୍କୁ ସ୍ୱପ୍ନ ଦେଖାଯାଇଥିଲା । କ୍ୟାପିଟାଲ ରିଜିଅନ ରିଂ ରୋଡ଼ ଓ ଜଗନ୍ନାଥ ସଡ଼କକୁ ଜାତୀୟ
ରାଜପଥ ନେଇ ଘୋଷଣା କରାଯାଇଥିଲା । ଏବେ ରାମେଶ୍ୱରରୁ ପାରାଦ୍ୱୀପ ପର୍ଯ୍ୟନ୍ତ ପ୍ରକଳ୍ପ ଅନୁମୋଦନ
ଓଡିଶା ବାସୀଙ୍କୁ ନିରାଶ କରିଛି । ଏହାରି ଭିତରେ 3 ଥର ଟେଣ୍ଡର ଡକାହୋଇ
ବାତିଲ ହୋଇଛି । ପାରାଦ୍ୱୀପର ଦିଘା ପର୍ଯ୍ୟନ୍ତ ଯେଉଁ ଅଂଚଳ ରହିଲା ଏହା କ୍ୟାବିନେଟ ମଞ୍ଜୁରୀରୁ
ବାଦ ପଡିଛି । ଯେଉଁ ଉଦ୍ଦେଶ୍ୟ ନେଇ କୋଷ୍ଟାଲ ହାଇଓ୍ୱେର ପରିକଳ୍ପନା କରାଯାଇଥିଲା ତାହା ଲକ୍ଷ୍ୟ
ଠାରୁ ବହୁ ଦୂରରେ । କୋଷ୍ଟାଲ ହାଇଓ୍ୱେ ପାଇଁ ଜମି ଅଧିଗ୍ରହଣ ବାସ୍ତବତା ଠାରୁ ବହୁ ଦୂରରେ
ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା