ବ୍ରହ୍ମବରଦା ଥାନାର ନବ ନିର୍ମିତ ଅତ୍ୟାଧୁନିକ ଗୃହକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଧର୍ମଶାଳା,୪ଜୁନ୍(ହି.ସ.) - ଓଡିଶା ପୁଲିସ ଗୃହ ବିଭାଗ ପକ୍ଷରୁ ନିର୍ମିତ ହୋଇଥିବା ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନାର ନବ ନିର୍ମତ ଅତ୍ୟାଧୁନିକ ଗୃହକୁ ଆଜି ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଲୋକାର୍ପିତ ହୋଇଯାଇଛି । ପୁଲିସ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ
ବ୍ରହ୍ମବରଦା ଥାନାର ନବ ନିର୍ମିତ ଅତ୍ୟାଧୁନିକ ଗୃହକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ


ଧର୍ମଶାଳା,୪ଜୁନ୍(ହି.ସ.) - ଓଡିଶା ପୁଲିସ ଗୃହ ବିଭାଗ ପକ୍ଷରୁ ନିର୍ମିତ ହୋଇଥିବା ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନାର ନବ ନିର୍ମତ ଅତ୍ୟାଧୁନିକ ଗୃହକୁ ଆଜି ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଲୋକାର୍ପିତ ହୋଇଯାଇଛି । ପୁଲିସ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ କରିବା ଓ ଅପରାଧ ନିୟନ୍ତ୍ରଣ ପାଇଁ ଅତ୍ୟାଧୁନିକ ସୁବିଧା ପ୍ରଦାନ କରିବା ସଂଗକୁ ଜନକୈନ୍ଦ୍ରିକ ପୁଲିସ ବ୍ୟବସ୍ଥା,ସ୍ୱତନ୍ତ୍ର ସହାୟତା କେନ୍ଦ୍ର,ପାନୀୟ ଜଳ,ପ୍ରତୀକ୍ଷା ଗୃହ,ଅପରାଧ ଅନୁସନ୍ଧାନକୁ ତ୍ୱରାନ୍ୱିତ କରିବା ,ପୁଲିସ ଅଧିକାରୀଙ୍କୁ ଅତ୍ୟାଧୁନିକ ଭିତିଭୂମି ଯୋଗାଇ ଦେଇ କାର୍ଯ୍ୟଦକ୍ଷତା ବୃଦ୍ଧି,ମହିଳା ଓ ଶିଶୁ ସୁରକ୍ଷା ଏବଂ ଦୃବଳ ବର୍ଗର ଲୋକଙ୍କୁ ସମ୍ବେଦନଶୀଳତାର ସହ ସହାୟତା ପ୍ରଦାନ କରିବା,ସେମାନଙ୍କ ଅଭିଯୋଗ ପ୍ରାଥମିକତା ଭିତିରେ ସମାଧାନ କରିବା,ଆଇନ ଶୃଙ୍ଖଳା ରକ୍ଷା କରିବା ସହିତ ସମାଜରେ ଅପରାଧ ପ୍ରବଣତା ହ୍ରାସ କରି ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ଓ ଥାନରେ ଦିବ୍ୟାଙ୍ଗମାନଙ୍କ ନିମନ୍ତେ ର୍ୟାମ୍ପର ସୁବିଧା ରହିଛି । ଯାହାକି ଆଗାମୀ ଦିନରେ ପୁଲିସ ଓ ଜନତାଙ୍କ ମଧ୍ୟରେ ସୁମ୍ପର୍କ ବଢିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ତାଙ୍କ ବକ୍ତବ୍ୟ ମାଧ୍ୟମରେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମବରଦା ଥାନା ଅଧିକାରିଣୀ ଜୟନ୍ତୀ ମଲ୍ଲିକଙ୍କ ତତ୍ୱଧାନରେ ଯାଜପୁର ଆରକ୍ଷୀ ଅଧିକ୍ଷକ ୟଶପ୍ରତାପ ଶ୍ରୀମାଲ ଯୋଗ ଦେଇ ନବ ନିର୍ମତ ଗୃହକୁ ରିବନ କାଟି ଉଦଘାଟନ କରି ଗୃହ ପ୍ରବେଶ କରି ସମସ୍ତ ଗୃହ ବୁଲି ପରିଦର୍ଶନ କରିଥିଲେ । ଏହି ଥାନା ୯ହଜାର ବର୍ଗକ୍ଷେତ୍ରରେ ଅତ୍ୟାଧୁନିକ ଗୃହ ନିର୍ମିତ କରାଯାଇଛି । ଆସୁଥିବା ଜନସାଧାରଣଙ୍କର ପାଇଁ ଏହା ବେଶ୍ ସହାୟକ ହେବ ବୋଲି ଆରକ୍ଷୀ ଅଧିକ୍ଷକ ୟଶ ପ୍ରତାପ ଶ୍ରୀମାଲ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶୀତିକଣ୍ଠ କାନୁନ୍ଗୋ,ଶଙ୍କରର୍ଷଣ ଦଳାଇ, ଓ ରତିକାନ୍ତ ଗିରି,ଯାଜପୁର ରୋଡ ଏସ୍ଡିପିଓ ଶରତ ଚନ୍ଦ୍ର ପାତ୍ର,ଜିଲା ଗୁଇନ୍ଦା ବିଭାଗ ଅଧିକାରିଣୀ ପୁଷ୍ପଲତା ବାରିକ,ଡିଏସପି ଆଦିତ୍ୟ କୁମାର ସେଠୀ,ପାଣିକୋଇଲି ଡିପିଓ ଶିବ ଚରଣ ବେହେରା,ରିଜର୍ଭ ଇନିସ୍ପେକ୍ଟର ଦିନେଶ ସାହୁ ଓ ଧର୍ମଶାଳା ଥାନା ଅଧିକାରିଣୀ ଚିନ୍ମୟୀ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ବ୍ରହ୍ମବରଦା ଅଂଚଳର ଲୋକପ୍ରତିନିଧି,ଯୁବ ସାମାଜିକ କର୍ମୀ ଓ ବରିଷ୍ଠ ମୁରବୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବ୍ରହ୍ମବରଦା ଥାନାର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande