
ଭୁବନେଶ୍ୱର, ୦୪ ଜୁନ (ହି.ସ) - କୋଷ୍ଟାଲ ହାଇୱେକୁ ନେଇ ବିଜେଡିର ଅଭିଯୋଗ ଉପରେ କଡା ପ୍ରତିକ୍ରିୟା ରଖିଛନ୍ତି ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଗତ ୧୫ ବର୍ଷ ହେବ ବିଜେଡି ସହଯୋଗ କରୁନଥିବାରୁ ରୁଟ ପରିବର୍ତନ ହୋଇଛି। ଗୋପାଳପୁର ପରିବର୍ତେ ରମେଶ୍ୱର ହେବାର ଷଡଯନ୍ତ୍ର ବିଜେଡି କରିଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଡେ ଟୁ ଡେ ଫଲୋଅପ୍ କରୁଥିଲେ। ସେହିପରି ସଞ୍ଜୟ ଦାସବର୍ମାଙ୍କୁ ଟାର୍ଗେଟ କରି ପୂର୍ତ ମନ୍ତ୍ରୀ କହିଛନ୍ତି ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସଞ୍ଜୟ ବଡ଼ ଗେମ ଖେଳିଛନ୍ତି । ରାଜପଥ କାକଟପୁର ଠାରୁ ସମୁଦ୍ର କୂଳ ଦେଇ ପାରାଦୀପ ଯାଉଛି। ଏହାଦ୍ୱାରା ଅର୍ଥନୀତି ବିକାଶ ପାଇଁ ନୂଆ ରାସ୍ତା ଖୋଲିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା