
କେନ୍ଦ୍ରାପଡ଼ା, ୦୪ ଜୁନ୍(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଓସ୍ତର ଗ୍ରାମରେ ବାଣ ବିସ୍ଫୋରଣ ଘଟି ୩ ବଖରା ଘର ପୋଡ଼ି ପାଉଁଶ ହୋଇଯିବା ସହିତ ବିଳାସି ମଲ୍ଲିକ ନାମକ ଜଣେ ବୃଦ୍ଧା ଗୁରୁତର ଆହାତ ହୋଇଛନ୍ତି ତାଙ୍କୁ ଗୁରୁତର ଆହାତ ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି। ଗ୍ରାମର ଆନ୍ଦିକନ୍ଦ ମଲ୍ଲିକ ବାଣ ତିଆରି କରି ଘରେ ରଖିଥିବାବେଳେ କୌଣସି କାରଣରୁ ବାଣରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ମଧ୍ୟାହ୍ନ ୨ଟା ସମୟରେ ବଡ଼ଧରଣର ଶବ୍ଦ ହେବାର ଗ୍ରାମବସୀମାନେ ଶୁଣିବାପରେ ଛାନିଆ ହୋଇ ବାହାରକୁ ଆସି ଦେଖନ୍ତି ତ ଆଦିକନ୍ଦ ମଲ୍ଲିକଙ୍କ ଘର ହୁହୁ ହୋଇ ଜଳୁଥିଲା ବୋଲି ଗ୍ରାମବାସୀମାନେ କହିଛନ୍ତି। ଘଟଣା ସ୍ଥଳରେ ପୋଲିସ ଓ ଦମକଳ ବାହୀନି ପହଁଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛନ୍ତି। ନିଆଁ ଲାଗିଥିବା ସମୟରେ ବହୁତ ଜୋରରେ ବାଣ ବିସ୍ଫୋରଣ ହୋଇଥିବାବେଳେ ସୁଚନା ଦେଇଛନ୍ତି ଗ୍ରାମବାସୀ।
.......................................
ହିନ୍ଦୁସ୍ଥାନ ସମାଚାର / ରବି