କୋଣାର୍କ ପରିଦର୍ଶନ କଲେ ବ୍ରିକ୍ସ ବୈଷୟିକ କମିଟି
ପୁରୀ, ୪ ଜୁନ୍ (ହି.ସ.)- ବିଶ୍ବ ଐତିହ୍ଯ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି ବ୍ରିକ୍ସ ବୈଷୟିକ ବୈଠକ ବିପର୍ଯ୍ୟୟ ବିପଦ ହାସ ଗୋଷ୍ଠୀ । କୋଣାର୍କର କାରୁକାର୍ଯ୍ୟ, ଗଠନଶୈଳୀ, ଅଶ୍ବ, ଚକ୍ର ଓ ପରିବେଶକୁ ଦେଖି ଖୁସିବ୍ୟକ୍ତ କରିଥିଲେ । ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ଅବିଭୂତ ହୋଇଯାଇଥିଲେ
କୋଣାର୍କ ପରିଦର୍ଶନ କଲେ ବ୍ରିକ୍ସ ବୈଷୟିକ କମିଟି


ପୁରୀ, ୪ ଜୁନ୍ (ହି.ସ.)- ବିଶ୍ବ ଐତିହ୍ଯ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି ବ୍ରିକ୍ସ ବୈଷୟିକ ବୈଠକ ବିପର୍ଯ୍ୟୟ ବିପଦ ହାସ ଗୋଷ୍ଠୀ । କୋଣାର୍କର କାରୁକାର୍ଯ୍ୟ, ଗଠନଶୈଳୀ, ଅଶ୍ବ, ଚକ୍ର ଓ ପରିବେଶକୁ ଦେଖି ଖୁସିବ୍ୟକ୍ତ କରିଥିଲେ । ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ଅବିଭୂତ ହୋଇଯାଇଥିଲେ । ପୁରୀ ତାଜ ହୋଟେଲରେ ଜୁନ ୩ରୁ ୫ ତିନିଦିନ ଧରି ୧୧ଟି ଦେଶର ପ୍ରତିନିଧି ବୈଠକରେ ଯୋଗ ଦେଇଛନ୍ତି । ଆସନ୍ତାକାଲି ଚିଲିକା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।୧୧ଟି ଦେଶର ପ୍ରତିନିଧିଙ୍କ ମଧ୍ୟରେ ରହିଛନ୍ତି ବ୍ରାଜିଲ୍, ରୁଷିଆ, ଭାରତ, ଚୀନ୍, ଦକ୍ଷିଣଆଫ୍ରିକା, ଇଜିପ୍ଟ, ଇଥ୍ଓପିଆ, ଇରାନ୍, ଇଣ୍ଡୋନେସିଆ, ସାଉଦି-ଆରବର ପ୍ରତିନିଧି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande