ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ ବିୟୋଗରେ ନବୀନଙ୍କ ଶୋକ
ଭୁବନେଶ୍ୱର, ୦୪ ଜୁନ (ହି.ସ) - ବିଶିଷ୍ଟ ସାହିତ୍ୟିକ, ପ୍ରଶାସକ ତଥା ନାଟ୍ୟକାର ଜଗନ୍ନାଥ ପ୍ରସାଦ ଦାସଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ଏକ୍ସରେ ଏକ ଶୋକବାର୍ତାରେ ନବୀନ ଲେଖିଛନ୍ତି ବିଶିଷ୍ଟ ସାହିତ୍ୟିକ, ପ୍ରଶାସକ ତଥା ନାଟ୍ୟକାର ଜଗନ
zrg


ଭୁବନେଶ୍ୱର, ୦୪ ଜୁନ (ହି.ସ) - ବିଶିଷ୍ଟ ସାହିତ୍ୟିକ, ପ୍ରଶାସକ ତଥା ନାଟ୍ୟକାର ଜଗନ୍ନାଥ ପ୍ରସାଦ ଦାସଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସୋସିଆଲ ମିଡିଆ ଏକ୍ସରେ ଏକ ଶୋକବାର୍ତାରେ ନବୀନ ଲେଖିଛନ୍ତି ବିଶିଷ୍ଟ ସାହିତ୍ୟିକ, ପ୍ରଶାସକ ତଥା ନାଟ୍ୟକାର ଜଗନ୍ନାଥ ପ୍ରସାଦ ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ ସାହିତ୍ୟ ଓ ନାଟ୍ୟ ଜଗତକୁ ସମୃଦ୍ଧ କରିବାରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande