ହଠାତ୍ ଯାତ୍ରୀବାହୀ ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ଯାତ୍ରୀ
କୋରାଇ, ୦୪ ଜୁନ୍(ହି.ସ.) – ପାଣିକୋଇଲି କଟକ ବସଷ୍ଟାଣ୍ଡ(ହାଇସ୍କୁଲ ସମ୍ମୁଖରେ) ଆଜି ଅପରାହ୍ନରେ ଏକ ଯାତ୍ରୀ ବସ ଅଟକି ଥିବାବେଳେ ହଠାତ ବସରେ ନିଆଁ ଲାଗିଯାଇଥିଲା। ଏହା ଦେଖି ଖଲାସୀ ଉପସ୍ଥିତ ବୁଦ୍ଧି ଖଟାଇ ପାଣି ଡାଳି ନିଆଁକୁ ଆୟତ କରିଥିବାବେଳେ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ମିଳିଛି । ପ୍ରକାଶ ଯେ ବା
ହଠାତ୍ ଯାତ୍ରୀବାହୀ ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ଯାତ୍ରୀ


କୋରାଇ, ୦୪ ଜୁନ୍(ହି.ସ.) – ପାଣିକୋଇଲି କଟକ ବସଷ୍ଟାଣ୍ଡ(ହାଇସ୍କୁଲ ସମ୍ମୁଖରେ) ଆଜି ଅପରାହ୍ନରେ ଏକ ଯାତ୍ରୀ ବସ ଅଟକି ଥିବାବେଳେ ହଠାତ ବସରେ ନିଆଁ ଲାଗିଯାଇଥିଲା। ଏହା ଦେଖି ଖଲାସୀ ଉପସ୍ଥିତ ବୁଦ୍ଧି ଖଟାଇ ପାଣି ଡାଳି ନିଆଁକୁ ଆୟତ କରିଥିବାବେଳେ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ମିଳିଛି । ପ୍ରକାଶ ଯେ ବାସନ୍ତି ଦୁର୍ଗା ନାମକ ଏକ ଯାତ୍ରୀବାସୀ ବସ୍(ଓଡି୨୨ୱାଇ୬୧୭୯) ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ପାଣିକୋଇଲିରେ ଅଟକିଥିବାବେଳେ ହଠାତ ନିଆଁ ଲାଗିଥିଲା। ହେଲେ ନିଆଁକୁ ଆୟତ କରିଥିଲେ ହେଁ ବସ୍ଟି ଆଉ ଷ୍ଟାର୍ଟ ହୋଇନଥିଲା । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଗାଡ଼ିି ନଯିବାରୁ ଅନ୍ୟ ବସରେ ଯାତ୍ରୀମାନଙ୍କୁ ଭୁବନେଶ୍ୱର ପଠାଯାଇଥିଲା। ଫଳରେ ଗାଡ଼ି ଚାଲି ନପାରିବାରୁ ଅଟକି ରହିଛି।

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande