୧୮ତମ ବରୁଣେଇ ରଜମହୋତ୍ସବ ପ୍ରସ୍ତୁତି ବୈଠକ
ଖୋର୍ଦ୍ଧା, ୦୫ ଜୁନ୍ (ହି.ସ.) - ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ୧୮ତମ ବରୁଣେଇ ରଜ ମହୋତ୍ସବ ପ୍ରସ୍ତୁତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହୋତ୍ସବ କମିଟି ସଭାପତି ତଥା ପୂର୍ବତନ ବିଧାୟକ
Raja


ଖୋର୍ଦ୍ଧା, ୦୫ ଜୁନ୍ (ହି.ସ.) - ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ୧୮ତମ ବରୁଣେଇ ରଜ ମହୋତ୍ସବ ପ୍ରସ୍ତୁତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହୋତ୍ସବ କମିଟି ସଭାପତି ତଥା ପୂର୍ବତନ ବିଧାୟକ ଯତୀନ୍ଦ୍ର ନାଥ ମିତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନାଦି ଚରଣ ସେଠୀ, ମଂଚାସିନ ଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ପ୍ରଦାନ କରି ସଭା ସଂଯୋଜନା କରିଥିଲେ । ସଭାର ସଭାପତି ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ବରୁଣେଇ ରଜମହୋତ୍ସବକୁ ବିଗତବର୍ଷ ମାନଙ୍କ ପରି ଶାନ୍ତି, ମୈତ୍ରୀ, ସମ୍ପ୍ରିତି ଓ ଭାଇଚାରା ସହ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବାକୁ ଗୁରୁତ୍ୱାରୋପ କରି ପାନୀୟଜଳ ଯୋଗାଣ, ଆଲୋକିକରଣ, ମନ୍ଦିର ସୌନ୍ଦର୍ଜିକରଣ, ଅଗ୍ନିଶମ ସେବା, ପ୍ରାଥମିକ ଚିକିତ୍ସା ସେବା ଓ ପରିମଳ ସେବାକୁ ତ୍ୱରାନିତ ଉପଲବ୍ଧ ଦିଗରେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ରଜମହୋତ୍ସବ ସଭାପତି ଯତୀନ୍ଦ୍ର ନାଥ ମିତ୍ର ପ୍ରତିବର୍ଷ ଜିଲ୍ଲା ପ୍ରଶାସନର ସହଯୋଗ ରେ ବରୁଣେଇ ରଜ ମହୋତ୍ସବ ସଫଳ ଭାବେ ପାଳିତ ହେଉଥିବାରୁ ପ୍ରଶାସନକୁ ଧନ୍ୟବାଦ ପ୍ରଦାନ କରି ଚଳିତ ୧୮ ତମ ରଜ ମହୋତ୍ସବ ସଫଳତା ଦିଗରେ ମଧ୍ୟ ପୂର୍ବ ବର୍ଷ ପରି ସହଯୋଗ ପାଇଁ ଅତିରିକ୍ତ ଜିଲ୍ଲାପାଳ ଏବଂ ବୈଠକର ସଭାପତି ପ୍ରତାପ ଚନ୍ଦ୍ର ବେଉରା ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ଜିଲ୍ଲା ସଂସ୍କୃତି ଅଧିକାରୀ ମହୋତ୍ସବର ବିଭିନ୍ନ କାର୍ଯ୍ୟସୂଚୀ ସମ୍ବନ୍ଧରେ ପ୍ରସ୍ତାବ ରଖିଥିଲେ । ଚଳିତ ବର୍ଷ ଜୁନ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ବରୁଣେଇ ରଜ ମହୋତ୍ସବ ପାଳିତ ହେବ । ଏଥି ନିମନ୍ତେ ୱାଟକୋ ପକ୍ଷରୁ ୮ ଟି ସିନ ଟେକ୍ସ ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ସେହିପରି ଅଗ୍ନି ନିର୍ବାପକ ଯନ୍ତ୍ର ତଥା ଫାୟାର ଏକ୍ସଟିନ ଗୁଇସର୍ ଓ ଅଗ୍ନିଶମ ଭ୍ୟାନ ରଖିବା,ପ୍ରାଥମିକ ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନିତ ଭାବେ ତିନିଦିନ ଧରି ମହୋତ୍ସବରେ ଯୋଗାଇ ଦେବାକୁ ଅଧ୍ୟକ୍ଷ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏତଦ୍ ବ୍ୟତୀତ ସ୍ୱଚ୍ଛ ପରିମଳ ବ୍ୟବସ୍ଥା ଓ ପାନୀୟ ଜଳ ଯୋଗାଣ ପାଇଁ ଖୋର୍ଦ୍ଧା ପୌରପରିଷଦ, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ଟି ପି ସି ଓ ଡି ଏଲ, ତ୍ୱରଣ ନିର୍ମାଣ,ପୋଲିସ ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ଓ ଟ୍ରାଫିକ ସେବା ଯୋଗାଣ,ଅତିଥି ମାନଙ୍କୁ ମହୋତ୍ସବରେ ସନ୍ଧ୍ୟା ସମୟରେ ଯୋଗଦାନ ପାଇଁ ନିମନ୍ତ୍ରଣ, ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ରୂପରେଖ ପ୍ରଦର୍ଶନ ନିମନ୍ତେ ଜିଲ୍ଲା ପରିଷଦ, ସ୍ୱାସ୍ଥ୍ୟ ବିଭାଗ, କୃଷି ବିଭାଗ, ଶିକ୍ଷା ବିଭାଗ, ଉଦ୍ୟାନ କୃଷି, ମତ୍ସ୍ୟ, ମୁର୍ତିକା ସଂରକ୍ଷଣ, ଜଙ୍ଗଲ ବିଭାଗ, ବ୍ୟାଙ୍କ୍, ଇନ୍ସୁରାନ୍ସ କମ୍ପାନୀ ଷ୍ଟଲ, ଓଡ଼ିଶା ପର୍ଯ୍ୟଟନ ବିଭାଗ, ବୈଷୟିକ ଅନୁଷ୍ଠାନ, ବିଭିନ୍ନ ସ୍ୱେଛାସେବୀ ସଂଗଠନ ଷ୍ଟଲ ଖୋଲା ଯିବା ଓ ଭାରତ ସରକାରଙ୍କ ସଙ୍ଗୀତ ନାଟକ ଏକାଡେମୀ ଆନୁକୁଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା । ସେହିପରି ପାରମ୍ପାରିକ ରଜ ପାଳନ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଆୟୋଜନ କରିବାକୁ ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ତଥ୍ୟ ପ୍ରଦାନ ସହ ଧନ୍ୟବାଦ ପ୍ରଦାନ କରିଥିଲେ । ଶେଷରେ ବୈଠକର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ସମସ୍ତ ସଂପୃକ୍ତ ସରକାରୀ ଅଧିକାରୀ ମାନେ ସେମାନଙ୍କ ନ୍ୟସ୍ତ ଦାୟିତ୍ୱକୁ ସୁଚାରୁ ରୁପେ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ମହୋତ୍ସବ କମିଟି ସଭାପତି ପୂର୍ବତନ ବିଧାୟକ ଜ୍ୟୋତୀନ୍ଦ୍ର ନାଥ ମିତ୍ର ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଜ୍ଞା ପାରମିତା ଜେନା, ଆଇ ଆଇ ସି, ଶିଳ୍ପାଂଚଳ ଥାନା ଉମେଶ କୁମାର ସାହୁ, ସହକାରୀ ପରିଚାଳିକା,ୱାଟକୋ, ଅତିରିକ୍ତ ମତ୍ସ୍ୟ ଅଧିକାରୀ ଲିପ୍ସା ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଆସିଷ୍ଟାଂଟ କଲେକ୍ଟର ରିଶବ୍ ତ୍ରିପାଠୀ,ପୌର ପରିଷଦ ନିର୍ବାହୀ ଅଧିକାରୀ କାବେରୀ ମୁଦୁଲି, ସହକାରୀ ଅଗ୍ନି ଶମସେବା ଅଧିକାରୀ ଗୌତମ ସାମନ୍ତରା, ସ୍ୱେଛାସେବୀ ସଂଗଠନ ଦିଶାନ୍ତ ସମ୍ପାଦକ ଓ କର୍ମକର୍ତା ସମେତ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande