ପୂରୀ ରଥ ଯାତ୍ରା ପାଇଁ କନ୍ଧମାଳରୁ ଗଲା ୨୩ ଖଣ୍ଡ କାଠ ଗଣ୍ଡି
କନ୍ଧମାଳ, ୫ ଜୁନ୍ (ହି.ସ.)- ପ୍ରଥମ ଥର ପାଇଁ କନ୍ଧମାଳ ଜିଲ୍ଲା କୋଟଗଡ ବନlଞ୍ଚଳରୁ ପୁରୀ ରଥଯାତ୍ରା ପାଇଁ କାଠ ପଠାଗଲା l ପ୍ରାୟ ୪୦ ଫୁଟ୍ ଲମ୍ବା ୨୩ ଖଣ୍ଡ ଧଉରl କାଠ କଟାଯାଇ ଆଜି ପୂଜାର୍ଚ୍ଚନା କରାଯାଇ ଟ୍ରକ୍ ଯୋଗେ ପଠାଯାଇଛି l ଏହି କାଠ ଘୋଷଯାତ୍ରା ବେଳେ ତିନି ରଥର ଅଖ ନିର୍ମାଣରେ ବ୍ୟବହାରକରାଯି
ଫୋଟ


କନ୍ଧମାଳ, ୫ ଜୁନ୍ (ହି.ସ.)- ପ୍ରଥମ ଥର ପାଇଁ କନ୍ଧମାଳ ଜିଲ୍ଲା କୋଟଗଡ ବନlଞ୍ଚଳରୁ ପୁରୀ ରଥଯାତ୍ରା ପାଇଁ କାଠ ପଠାଗଲା l ପ୍ରାୟ ୪୦ ଫୁଟ୍ ଲମ୍ବା ୨୩ ଖଣ୍ଡ ଧଉରl କାଠ କଟାଯାଇ ଆଜି ପୂଜାର୍ଚ୍ଚନା କରାଯାଇ ଟ୍ରକ୍ ଯୋଗେ ପଠାଯାଇଛି l ଏହି କାଠ ଘୋଷଯାତ୍ରା ବେଳେ ତିନି ରଥର ଅଖ ନିର୍ମାଣରେ ବ୍ୟବହାରକରାଯିବ ବୋଲି ଜିଲ୍ଲାପାଳ ବେଦ ଭୂଷଣ କହିଛନ୍ତି l କୋଟଗଡ ରେଞ୍ଜ ଅଫିସରଙ୍କ ଆନ୍ତରିକ ଉଦ୍ୟମ, ଆଗ୍ରହ ଯୋଗୁଁ ଜଙ୍ଗଲରୁ ଚିହ୍ନଟ କରାଯିବା ପରେ କଟାଯାଇ ସୁରକ୍ଷିତ ଭାବେ ପଠାଗଲା l ବାଲିଗୁଡା ଜଗନ୍ନାଥ ମନ୍ଦିର ନିକଟରେ ରଥ କାଠ ପହଞ୍ଚିବା ପରେ, ଜିଲ୍ଲାପାଳ ବେଦ ଭୂଷଣ, ଉପଜିଲ୍ଲାପାଳ ପ୍ରଣୀତl ଦାସ, ଏସ୍ ଡି ପି ଓ, ଜଙ୍ଗଲ ବିଭାଗ ଡି ଏଫ୍ ଓ ଘନ ଶ୍ୟାମ ମହନ୍ତ ଓ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତରେ ପୂଜାର୍ଚ୍ଚନା କରାଯାଇଥିଲା l ପ୍ରଥମ ଥର ପାଇଁ କନ୍ଧମାଳ ଜିଲ୍ଲାରୁ ରଥ ନିର୍ମାଣ ପାଇଁ କାଠ ଯାଉଥିବାରୁ ଏହା ଏକ ସୌଭାଗ୍ୟର ବିଷୟ ବୋଲି ବାଲିଗୁଡ଼ା ଡି ଏଫ୍ ଓ ଘନଶ୍ୟାମ ମହନ୍ତ କହିଛନ୍ତି l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande