ଧୁଡିପାଲି- ଜମନକିରା 'ଆମ ବସ' ଦୁର୍ଘଟଣାଗ୍ରସ୍ତ : ଡ୍ରାଇଭର ସହ ଜଣେ ଯାତ୍ରୀ ଗୁରୁତର

ସମ୍ବଲପୁର, ୦୫, ଜୁନ୍ (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କୁଚିଣ୍ଡା ଥାନା ଅଧିନସ୍ଥ କତରକେଲା ଗ୍ରାମ ବଜାର ଛକ ସ୍ଥିତ କିଶୋର ଚନ୍ଦ୍ର ପଟେଲଙ୍କ ଘର ସମ୍ମୁଖ ଆମ୍ବ ଗଛରେ ଆଜି ଦିନ ୧୧ଟା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳାଚଳ କରୁଥିବା 'ଆମ ବସ' ପିଟି ହୋଇଯାଇଥିବା ଦେଖିବାକୁ ମିଳିଛି । ଓଡି ୧୫ ୱାଇ ୬୩୯୨ ନମ୍ବର ଧୁଡିପାଲି- ଜମନକିରା 'ଆମ ବସ' ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ବସ ଚାଳକ ଭାରସାମ୍ୟ ହରାଇବା ପରେ ଏହି ଅଘଟଣ ଘଟିଥିଲା । ଫଳରେ ବସର ଚାଳକ ଓ କଣ୍ଡକ୍ଟରଙ୍କୁ ମିଶାଇ ମୋଟ ୧୭ ଜଣ ଯାତ୍ରୀଙ୍କ ମଧ୍ୟରୁ ବସର ଚାଳକ ଓ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ମାନେ ସାମାନ୍ୟ ଆହତ ହୋଇଛନ୍ତି। ଗୁରତର ଆହତଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ କୁଚିଣ୍ଡା ଡାକ୍ତରଖାନାକୁ ପଠାଇ ସ୍ଥାନୀୟ ଲୋକେ କୁଚିଣ୍ଡା ଥାନାକୁ ଖବର ଦେଇଥିଲେ। ଗୁରୁତର ଥିବା ଯାତ୍ରୀଙ୍କ ଅଂଟା ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭରଙ୍କ ଛାତି ଏବଂ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଲୋକେ ପ୍ରକାଶ କରିଛନ୍ତି। ଗାଡିଟି ଧୁଡିପାଲିରୁ ଜମନକିରା ଆସୁଥିବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣକ ଧୁଡିପାଲି ଗ୍ରାମର ଭବାନୀ ଶଙ୍କର ଷଣ୍ଢ ଥିବା ବେଳେ ବସ ଡ୍ରାଇଭର ନରେଶ ଦେହୁରୀ ଏବଂ କଣ୍ଡକ୍ଟର ସମୀର କୁମାର ବେହେରା ବୋଲି ଜଣାପଡିଛି । ସମସ୍ତ ଆହତଙ୍କୁ କୁଚିଣ୍ଡା ମେଡ଼ିକାଲରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି । ଏହି ଦୁର୍ଘଟଣା ଯୋଗୁଁ ଫାଶୀମାଲ କୁଚିଣ୍ଡା ରାସ୍ତାରେ ଦୀର୍ଘ ସମୟ ଧରି ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇ ଯାଇଥିଲା। କୁଚିଣ୍ଡା ଥାନାରେ ଏ ନେଇ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଜାରି ରହିଛି ବୋଲି କୁଚିଣ୍ଡା ଥାନା ଆଇଆଇସି ରାଧାକାନ୍ତ ବାରିକ ପ୍ରକାଶ କରିଛନ୍ତି। ଅପରପକ୍ଷେ ରାସ୍ତାର ମାନ ସଠିକ୍ ଥିବା ବେଳେ ଏଭଳି ଦୁର୍ଘଟଣାକୁ ନେଇ କେତେକ ନିଶାର ପ୍ରଭାବ କହୁଥିବା ବେଳେ ତଦନ୍ତ ରିପୋର୍ଟ ମିଳିବା ପରେ ଘଟଣାର ସତ୍ୟତା ଜଣାପଡିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande