
ଭୁବନେଶ୍ୱର, ୦୫ ଜୁନ (ହି.ସ) - ପ୍ରସ୍ତାବିତ ବସ୍ ଧର୍ମଘଟକୁ ଘରୋଇ ବସ୍ ମାଲିକ ସଂଘ ସ୍ଥଗିତ ରଖିଛି । ବସ୍ ଭଡା ବୃଦ୍ଧି ସହ ଅନ୍ୟାନ୍ୟ ଦାବି ନେଇ ଘରୋଇ ବସ୍ ମାଲିକ ସଂଘ ଆସନ୍ତା ୧୦ ତାରିଖରେ ବସ୍ ଧର୍ମଘଟ ଡାକରା ଦେଇଥିଲା। ତେବେ କମିଶନରଙ୍କ ସହ ଆଲୋଚନା ପରେ ବସ୍ ଧର୍ମଘଟ ସ୍ଥଗିତ ଘୋଷଣା କରିଛି ସଂଘ। ଏହାସହ ସରକାରଙ୍କୁ ୨୯ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଦାବି ନଶୁଣିଲେ ୩୦ ପରେ ପୁଣି ବସ୍ ଧର୍ମଘଟ କରାଯିବ ବୋଲି ଘରେଶି ବସ୍ ମାଲିକ ସଂଘ ଚେତାବନୀ ଦେଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା