ବିଷ୍ଣୁ ସେଠୀ ଚିରସ୍ମରଣୀୟ ହୋଇ ରହିଥିବେ - ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୦୫ ଜୁନ (ହି.ସ) - ବିଶିଷ୍ଟ ସାହିତ୍ୟିକ ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସ୍ମରଣ କରିଛନ୍ତି। ଏକ ବାର୍ତାରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ବିଶିଷ୍ଟ ସାହିତ୍ୟିକ, ପୂର୍ବତନ ବିଧାୟକ ଓ ପୂର୍ବତନ ବିରୋଧୀ ଦଳ ଉପ ନେତା ବ
fdght


ଭୁବନେଶ୍ୱର, ୦୫ ଜୁନ (ହି.ସ) - ବିଶିଷ୍ଟ ସାହିତ୍ୟିକ ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସ୍ମରଣ କରିଛନ୍ତି।

ଏକ ବାର୍ତାରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ବିଶିଷ୍ଟ ସାହିତ୍ୟିକ, ପୂର୍ବତନ ବିଧାୟକ ଓ ପୂର୍ବତନ ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ। ଜଣେ ସର୍ବଗୁଣସମ୍ପନ୍ନ ବ୍ୟକ୍ତିତ୍ୱ, ସାହିତ୍ୟ ଜଗତର ଉଜ୍ଜ୍ୱଳ ତାରକା, ସାମ୍ବାଦିକ ଏବଂ ନିର୍ଭୀକ ରାଜନେତା ଭାବେ ସେ ଓଡ଼ିଶାରେ ସୃଷ୍ଟି କରିଥିଲେ ଏକ ସ୍ୱତନ୍ତ୍ର ପରିଚୟ । ସର୍ବଦା ଆମ ସମସ୍ତଙ୍କ ହୃଦୟରେ ସେ ଚିରସ୍ମରଣୀୟ ହୋଇ ରହିଥିବେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande