ଚମ୍ପୁଆରେ ଅଘୋଷିତ ବିଦ୍ୟୁତ କାଟ: ତେଜୁଛି ଜନ ଅସନ୍ତୋଷ
ଚମ୍ପୁଆ , 05 ଜୁନ୍ (ହି.ସ.) କେନ୍ଦୁଝର ଜିଲ୍ଲା ଚମ୍ପୁଆ ଏନଏସି ସମେତ ଆଖପାଖ ଅଞ୍ଚଳରେ ଦିନକୁ ଦିନ ଅଘୋଷିତ ବିଦ୍ୟୁତ କାଟ ସମସ୍ୟା ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ବିନା ସୂଚନାରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସେବା ବନ୍ଦ ରହୁଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପ
ଚମ୍ପୁଆରେ ଅଘୋଷିତ ବିଦ୍ୟୁତ କାଟ: ତେଜୁଛି ଜନ ଅସନ୍ତୋଷ


ଚମ୍ପୁଆ , 05 ଜୁନ୍ (ହି.ସ.) କେନ୍ଦୁଝର ଜିଲ୍ଲା ଚମ୍ପୁଆ ଏନଏସି ସମେତ ଆଖପାଖ ଅଞ୍ଚଳରେ ଦିନକୁ ଦିନ ଅଘୋଷିତ ବିଦ୍ୟୁତ କାଟ ସମସ୍ୟା ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ବିନା ସୂଚନାରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସେବା ବନ୍ଦ ରହୁଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦିନ ହେଉ କି ରାତି, ବିନା କୌଣସି ପ୍ରାକୃତିକ ବିପର୍ଯ୍ୟୟରେ ମଧ୍ୟ ବାରମ୍ବାର ଲାଇନ କଟିଯାଉଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ ନଥାଇ ଲୋକେ, ବିଶେଷ କରି ଶିଶୁ ଓ ବୃଦ୍ଧବୃଦ୍ଧାମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷେ ନିୟମିତ ବିଦ୍ୟୁତ କାଟ ଯୋଗୁଁ ସ୍ଥାନୀୟ କ୍ଷୁଦ୍ର ବ୍ୟବସାୟୀ, କମ୍ପ୍ୟୁଟର ସେଣ୍ଟର ଏବଂ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଗଭିର ବ୍ୟାଘାତ ସୃଷ୍ଟି ହେଉଛି। ବିଦ୍ୟୁତ ସେବା ବିପର୍ଯ୍ୟସ୍ତ ହେବା ଫଳରେ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ମଧ୍ୟ ପ୍ରଭାବିତ ହେଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବିଦ୍ୟୁତ ବିଭାଗ ପ୍ରତିମାସରେ ମୋଟା ଅଙ୍କର ବିଲ୍ ଆଦାୟ କରୁଥିବା ବେଳେ ଉପଭୋକ୍ତାଙ୍କୁ ସଠିକ୍ ସେବା ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ କେବଳ ମରାମତି ଚାଲିଛି କହି ଦାୟିତ୍ୱ ଖସାଇ ଦେଉଛନ୍ତି। ତେଣୁ ଉଚକର୍ତୃପକ୍ଷ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ବିଦ୍ୟୁତ କାଟ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ସାଧାରଣ ରେ ଦାବୀ ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande