ସି ଏମ ଟ୍ରଫି ଭଲିବଲ ପ୍ରତିଯୋଗିତା ପାଇଁ କେନ୍ଦୁଝର ଦଳର ଭଦ୍ରକ ଯାତ୍ରା
କେନ୍ଦୁଝର, ୫ ଜୁନ୍ (ହି.ସ.)- ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ଭଦ୍ରକ ଜିଲ୍ଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଆସନ୍ତାକାଲି ଠାରୁ ଭଦ୍ରକ ଠାରେ ଅନୁଷ୍ଠିତ ହେବାକୁଥିବା ୧୪ ବର୍ଷରୁ କମ ବାଳକ ଏବଂ ବାଳିକା ବିଭାଗ ସି ଏମ ଟ୍ରଫି ଆନ୍ତଃ ଜିଲ୍ଲା ଭଲିବଲ ପ୍ରତିଯୋଗିତାର
Cm troffy


କେନ୍ଦୁଝର, ୫ ଜୁନ୍ (ହି.ସ.)- ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ଭଦ୍ରକ ଜିଲ୍ଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଆସନ୍ତାକାଲି ଠାରୁ ଭଦ୍ରକ ଠାରେ ଅନୁଷ୍ଠିତ ହେବାକୁଥିବା ୧୪ ବର୍ଷରୁ କମ ବାଳକ ଏବଂ ବାଳିକା ବିଭାଗ ସି ଏମ ଟ୍ରଫି ଆନ୍ତଃ ଜିଲ୍ଲା ଭଲିବଲ ପ୍ରତିଯୋଗିତାର ପ୍ରଥମ ସଂସ୍କରଣରେ ଯୋଗଦେବା ପାଇଁ ଆଜି ପୂର୍ବାହ୍ନରେ କେନ୍ଦୁଝର ଜିଲ୍ଲା ଦଳ ଭଦ୍ରକ ଅଭିମୁଖେ ଯାତ୍ରା କରିଥିବାର ଜଣାଯାଇଛି l

ଆରୁଷ କୁମାର ମାଝୀଙ୍କ ନେତୃତ୍ୱରେ ୧୨ ଜଣିଆ କେନ୍ଦୁଝର ବାଳକ ବିଭାଗରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳୀ ମାନେ ହେଲେ ରୋଶନପ୍ରୀତ ମହାରଣା, ପ୍ରୟାସ ପ୍ରତୀକ ଜେନା, ଲୋକେଶ କୁମାର ନାଏକ, ହିତେଶ କୁମାର ମୁର୍ମୁ, ଅକ୍ଷୟ କୁମାର ମଲ୍ଲିକ, ଆୟୁଷ ନାଏକ, ନୀଲେଶ କୁମାର ନାଏକ, ଡଙ୍ଗଲୁ ସୋରେନ, ସୌମ୍ୟରଞ୍ଜନ ନାଏକ, ଆକାଶ ତନ୍ତୀ ଏବଂ ଆଦର୍ଶ ବେହେରା l ମ୍ୟାନେଜର ଭାବେ ବଡଡୁମୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଲାଲୁ ପ୍ରସାଦ ସେଠୀ ଏବଂ କୋଚ ଭାବେ ବିନୋଦ ବିହାରୀ ମହାନ୍ତ ଦଳ ସହ ଯାତ୍ରା କରୁଥିବାର ଜଣାଯାଇଛି l

ସେହିପରି ଅର୍ପିତା ମୁଣ୍ଡାଙ୍କ ନେତୃତ୍ୱରେ ୧୨ ଜଣିଆ କେନ୍ଦୁଝର କେନ୍ଦୁଝର ଜିଲ୍ଲା ବାଳିକା ଦଳରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳି ମାନେହେଲେ ପ୍ରୀତିରେଖା ନାଏକ, ରୁପାଲୀ ବେହେରା, ଝୁମୀ ନାଏକ, ଜାନକୀ ନାଏକ, ପାୟଲ ମୁଣ୍ଡା ଶ୍ରେୟାରାଣୀ ସେଠୀ, ଶିଖା ଟୁଡୁ, ମଧୁସ୍ମିତା ନାଏକ, ସୁଦୁଗାଁ ମୁଣ୍ଡା, ଜ୍ୟୋସ୍ନାରାଣୀ ନାଏକ ଏବଂ ସୋନାଲ ମୁଣ୍ଡା l ମ୍ୟାନେଜର ଭାବେ ଏସ ଏସ ବାଳିକା ଉଚ୍ଚ ବିଦ୍ୟାଳୟର ପଦ୍ମଲୋଚନ ମହାନ୍ତ ଓ କୋଚ ଭାବେ ମନ୍ଦାକିନୀ ନାଏକ ଦଳ ସହ ଯାତ୍ରା କରୁଥିବାର ଜଣାଯାଇଛି l କେନ୍ଦୁଝର ଦଳ ଆସନ୍ତାକାଲି ଉଦଘାଟନୀ ଖେଳରେ ଭଦ୍ରକ ଅଟୋନମୋସ କଲେଜ ପଡିଆ ଠାରେ ବାଲେଶ୍ୱର ଜିଲ୍ଲାକୁ ଭେଟିବ ବୋଲି ଜିଲ୍ଲା କ୍ରୀଡା ସଂସ୍ଥା ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ଠାରୁ ପ୍ରକାଶ l

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande