ସି ଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା : ବାଳିକା ବିଭାଗ ଜୋନାଲ ଫାଇନାଲରେ ରାଉରକେଲାକୁ ୬-୦ ଗୋଲରେ ପରାସ୍ତ କରି କେନ୍ଦୁଝର ଜୋନାଲ ଚମ୍ପିୟାନ
କେନ୍ଦୁଝର, ୫ ଜୁନ୍ (ହି.ସ.)- ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ସୁନ୍ଦରଗଡ଼ ଷ୍ଟାଡିୟମ ପଡିଆ ଠାରେ ୧୪ ବର୍ଷରୁ କମ ବାଳିକା ବିଭାଗର ସି ଏମ ଟ୍ରଫି ଫୁଟବଲ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣର ଜୋନାଲ ଫାଇନାଲ ଖେଳରେ
Cm troffy


କେନ୍ଦୁଝର, ୫ ଜୁନ୍ (ହି.ସ.)- ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ସୁନ୍ଦରଗଡ଼ ଷ୍ଟାଡିୟମ ପଡିଆ ଠାରେ ୧୪ ବର୍ଷରୁ କମ ବାଳିକା ବିଭାଗର ସି ଏମ ଟ୍ରଫି ଫୁଟବଲ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣର ଜୋନାଲ ଫାଇନାଲ ଖେଳରେ ଆଜି କେନ୍ଦୁଝର ଜିଲ୍ଲା ରାଉରକେଲା ବିପକ୍ଷରେ ୬-୦ ଗୋଲରେ ଏକ ସହଜସାଧ୍ୟ ବିଜୟ ହାସଲ କରି ଜୋନାଲ ଚମ୍ପିୟାନ ଟ୍ରଫି ହାତେଇଛି l ଏଥିସହ ଆସନ୍ତା ୮ ତାରିଖରେ ରାଉରକେଲା ଠାରେ ହେବାକୁଥିବା ଆନ୍ତଃ ଜୋନ ପ୍ରତିଯୋଗିତାରେ ସେମିଫାଇନାଲ ଖେଳିବାର ଯୋଗ୍ୟତା ହାସଲ କରିଛି l

ପ୍ରଥମlର୍ଦ୍ଧ ଖେଳ ଆରମ୍ଭ ହେବାର ପ୍ରଥମ ମିନିଟରେ ରାଉରକେଲା ଦଳ ପଡିଆ ସହ ଅଭ୍ୟସ୍ତ ହେବା ପୂର୍ବରୁ କେନ୍ଦୁଝରର ରାଇଟ ଉଇଁଗର ଆୟୁଷ୍କା ମାଝୀ ଏକ ଦର୍ଶନୀୟ ଗୋଲ ଜରିଆରେ ଦଳକୁ ଅଗ୍ରଣୀ କରାଇ ଦଳର ମନୋବଳ ବଢ଼ାଇଥିଲେ l ପ୍ରଥମlର୍ଦ୍ଧ ଖେଳର ୧୪ ତମ ମିନିଟରେ କେନ୍ଦୁଝରର ୧୧ ନମ୍ବର ଖେଳାଳି ସ୍ୱପ୍ନା ଭୂୟାଁ ଦଳ ପକ୍ଷରୁ ଦ୍ୱିତୀୟ ଗୋଲ ଏବଂ ୨୮ ତମ ମିନିଟରେ ୧୦ ନମ୍ବର ଖେଳାଳି ନିହାରିକା ମୁଣ୍ଡା ତୃତୀୟ ଗୋଲ ସ୍କୋର କରିଥିବା ବେଳେ ମଧ୍ୟlନ୍ତର ହୁଇସିଲ ବାଜିବାର ଠିକ ପୂର୍ଵରୁ ନିହାରିକା ମୁଣ୍ଡା ଆଉ ଏକ ଗୋଲ ସ୍କୋର କରିଥିଲେ l

ପ୍ରଥମlର୍ଦ୍ଧ ଖେଳରେ ୪-୦ ଗୋଲରେ ଅଗ୍ରଣୀ ରହିବାପରେ ଦ୍ୱିତୀୟlର୍ଦ୍ଧର ଖେଳରେ କେନ୍ଦୁଝର ଦୃଢ ଆତ୍ମବିଶ୍ୱାସର ପରସ୍ପର ମଧ୍ୟରେ ବୁଝାମଣା ରକ୍ଷା କରି ପ୍ରତିପକ୍ଷ ଦଳ ଉପରେ ଆକ୍ରମଣ ରଚନା କରିଥିଲା l ଦ୍ୱିତୀୟlର୍ଦ୍ଧର ୪୩ ତମ ମିନିଟରେ ଏବଂ ୪୫ ତମ ମିନିଟରେ କେନ୍ଦୁଝରର ୧୫ ନମ୍ବର ଖେଳାଳୀ ପୂର୍ଣ୍ଣିମା ଲୋହାର କ୍ରମାଗତ ଭାବେ ଦୁଇଟି ଗୋଲ ସ୍କୋର ବିଜୟର ବ୍ୟବଧାନ ୬-୦ କୁ ବୃଦ୍ଧି କରିଥିଲେ l

ଖେଳ ଶେଷରେ ଏକ ସ୍ୱତନ୍ତ୍ର ଉତ୍ସବରେ

ସୁନ୍ଦରଗଡ଼ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜେତା ଏବଂ ବିଜିତ ଦଳକୁ ଟ୍ରଫି ପ୍ରଦାନ କରିଥିଲେ l ଏହି ଜୋନାଲ ଫାଇନାଲ ଖେଳରେ ଶୀତଲ ଗୁରୁଙ୍ଗ ରେଫରୀ ଦାୟିତ୍ୱ ତୁଲାଇଥିବା ବେଳେ ତାଙ୍କୁ ଲାଇନରେ ସହାୟତା କରିଥିଲେ ବାଲମତି ଓରାମ ଓ ସମ୍ବାରି ମାର୍ଡି l ଚତୁର୍ଥ ରେଫରୀ ଥିଲେ ଅମ୍ବିକା ହେମ୍ବ୍ରମ l ଫାଓ ପକ୍ଷରୁ ଦିଲ୍ଲୀପ କୁମାର ରାଉତ ମ୍ୟାଚ କମିଶନର ନିଯୁକ୍ତ ହୋଇ ଦାୟିତ୍ୱ ନିର୍ବାହ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande