ଜିଲ୍ଲା ସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ
ମାଲକାନଗିରି , ୫ ଜୁନ୍ (ହି.ସ.) - ବିଶ୍ୱ ପରିବେଶ ଦିବସ ଅବସରରେ ଚିତ୍ରକୋଣ୍ଡାଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଚିତ୍ରକୋଣ୍ଡା ଡ୍ୟାମ ନିକଟରୁ ଦୋରାଘାଟ ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ୪ କି.ମି. ଦୈର୍ଘ୍ୟ ବିଶିଷ୍ଟ ଟ୍ରେକିଂ ରୁଟର ଉଦଘାଟନ ଜିଲ୍ଲାପାଳ, ମାଲକାନଗିରିଙ୍କ
ଜିଲ୍ଲା ସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ


ମାଲକାନଗିରି , ୫ ଜୁନ୍ (ହି.ସ.) - ବିଶ୍ୱ ପରିବେଶ ଦିବସ ଅବସରରେ ଚିତ୍ରକୋଣ୍ଡାଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଚିତ୍ରକୋଣ୍ଡା ଡ୍ୟାମ ନିକଟରୁ ଦୋରାଘାଟ ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ୪ କି.ମି. ଦୈର୍ଘ୍ୟ ବିଶିଷ୍ଟ ଟ୍ରେକିଂ ରୁଟର ଉଦଘାଟନ ଜିଲ୍ଲାପାଳ, ମାଲକାନଗିରିଙ୍କ ଦ୍ୱାରା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୁଲିସ ଅଧୀକ୍ଷକ, ଡିଏଫଓ, ବ୍ଲକ ଅଧ୍ୟକ୍ଷ, ଏସିଏଫମାନେ, ମାଲକାନଗିରି ବନ ବିଭାଗ ଏବଂ ଜୟପୁର କେନ୍ଦୁପତ୍ର ବିଭାଗର କର୍ମଚାରୀ, ଭିଏସଏସ ସଦସ୍ୟ, ଗଣମାଧ୍ୟମ ପ୍ରତିନିଧି ଏବଂ ସାଧାରଣ ଜନତା ଉପସ୍ଥିତ ଥିଲେ। ବ୍ୟାପକ ଜନସହଭାଗିତା ପ୍ରକୃତି ଓ ପରିବେଶ ସଂରକ୍ଷଣ ପ୍ରତି ଲୋକମାନଙ୍କ ଆଗ୍ରହକୁ ପ୍ରତିଫଳିତ କରିଥିଲା।

ଏହି ଅବସରରେ ସର୍ବସାଧାରଣଙ୍କ ସକ୍ରିୟ ସହଭାଗିତାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପରିବେଶ ସୁରକ୍ଷା, ବନ୍ୟଜନ୍ତୁ ସଂରକ୍ଷଣ, ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ଜନସଚେତନତା ସୃଷ୍ଟି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ପ୍ରକୃତି ମିତ୍ରଏବଂପ୍ରକୃତି ବନ୍ଧୁ ସମ୍ମାନ ପ୍ରଦାନ କରାଯାଇଥିଲା।

ଏହା ବ୍ୟତୀତ ବିଭାଗର ବିଭିନ୍ନ ରେଞ୍ଜ ସ୍ତରରେ ପିକନିକ ସ୍ଥଳୀଗୁଡ଼ିକରେ ସ୍ୱଚ୍ଛତା ଅଭିଯାନ, ପରିବେଶ ସଚେତନତା ସଭା, ଚାରା ବଂଟନ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମରେ ସାଧାରଣ ଜନତା, ବିଭିନ୍ନ ବିଭାଗର ଅଧିକାରୀ, ଜନପ୍ରତିନିଧି,ବିଏସଫ ଜବାନ, ଭି ଏସ ଏସ ସଦସ୍ୟ, ଛାତ୍ରଛାତ୍ରୀ ଏବଂ ବନ କର୍ମଚାରୀମାନଙ୍କର ସକ୍ରିୟ ସହଭାଗିତା ଦେଖିବାକୁ ମିଳିଥିଲା, ଯାହା ପରିବେଶ ସୁରକ୍ଷା ଏବଂ ପ୍ରାକୃତିକ ସମ୍ପଦର ସୁସ୍ଥାୟୀ ପରିଚାଳନା ପ୍ରତି ସମସ୍ତଙ୍କ ଅଙ୍ଗୀକାରକୁ ପ୍ରକାଶ କରିଥିଲା।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande