ଲୋକଙ୍କୁ ମିଳୁନି, ହେଲେ ରାଜରାସ୍ତାରେ ଢେଉ ଭାଙ୍ଗୁଛି ପାନୀୟ ଜଳ
ସମ୍ବଲପୁର, ୫ ଜୁନ୍ (ହି.ସ.)- ସହରରେ ଲୋକଙ୍କୁ ସଠିକ୍ ପରିମାଣର ପାନୀୟ ଜଳ ମିଳୁନି ଭଳି ଅଭିଯୋଗ ପରେ ଅଭିଯୋଗ ବିଭିନ୍ନ ସମୟରେ ହେଉଛି । ମାତ୍ର ଏଭଳି ଅଭିଯୋଗର ତୁରନ୍ତ ତାଳିପକା ସମାଧାନ କରି ଜିଲ୍ଲା ପାନୀୟ ଜଳ ଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଶୀତତାପ ନିୟନ୍ତ୍ରିତ କୋଠରୀରେ ନୀରବରେ ବସି ପଡୁଥିବ
ଲୋକଙ୍କୁ ମିଳୁନି, ହେଲେ ରାଜରାସ୍ତାରେ ଢେଉ ଭାଙ୍ଗୁଛି ପାନୀୟ ଜଳ


ଲୋକଙ୍କୁ ମିଳୁନି, ହେଲେ ରାଜରାସ୍ତାରେ ଢେଉ ଭାଙ୍ଗୁଛି ପାନୀୟ ଜଳ


ଲୋକଙ୍କୁ ମିଳୁନି, ହେଲେ ରାଜରାସ୍ତାରେ ଢେଉ ଭାଙ୍ଗୁଛି ପାନୀୟ ଜଳ


ଲୋକଙ୍କୁ ମିଳୁନି, ହେଲେ ରାଜରାସ୍ତାରେ ଢେଉ ଭାଙ୍ଗୁଛି ପାନୀୟ ଜଳ


ଲୋକଙ୍କୁ ମିଳୁନି, ହେଲେ ରାଜରାସ୍ତାରେ ଢେଉ ଭାଙ୍ଗୁଛି ପାନୀୟ ଜଳ


ସମ୍ବଲପୁର, ୫ ଜୁନ୍ (ହି.ସ.)-

ସହରରେ ଲୋକଙ୍କୁ ସଠିକ୍ ପରିମାଣର ପାନୀୟ ଜଳ ମିଳୁନି ଭଳି ଅଭିଯୋଗ ପରେ ଅଭିଯୋଗ ବିଭିନ୍ନ ସମୟରେ ହେଉଛି । ମାତ୍ର ଏଭଳି ଅଭିଯୋଗର ତୁରନ୍ତ ତାଳିପକା ସମାଧାନ କରି ଜିଲ୍ଲା ପାନୀୟ ଜଳ ଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଶୀତତାପ ନିୟନ୍ତ୍ରିତ କୋଠରୀରେ ନୀରବରେ ବସି ପଡୁଥିବା ଅଭିଯୋଗ ହେଉଛି । ମାତ୍ର କିଛି ଦିନ ଧରି ସମ୍ବଲପୁର ସହରରେ ସରକାରଙ୍କ ବିକାଶର ଧାରା ଦ୍ରୃତଗତିରେ ଚାଲୁଥିବା ବେଳେ ବିଭିନ୍ନ ବିଭାଗର ସମନ୍ବୟତାର ଅଭାବ ଯୋଗୁଁ ସମସ୍ଯା ପରେ ଆଉ ଗୋଟିଏ ସମସ୍ୟା ମୁଣ୍ଡ ଟେକିବାରେ ଲାଗିଛି । ଆଜି ସକାଳେ ଫାର୍ମରୋଡ ସ୍ଥିତ ସିଟିମଲ ସମ୍ମୁଖ ରାସ୍ତାର ଦୃଶ୍ୟକୁ ଦେଖିଲେ ହୁଏତ ଜୋରଦାର ଲଗାଣ ବର୍ଷାର ଭ୍ରମ ସୃଷ୍ଟି କରାଇଥିଲା । ଗାଡ଼ି ମୋଟରରେ ଯିବା ଅଲଗା କଥା, ହେଲେ ଚାଲିଚାଲି ଯାଉଥିବା ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା । ସମସ୍ୟାର ଖିଅ ଖୋଜିବାରେ ପିଏଚଡ଼ି ବିଭାଗର ଏକ ମୁଖ୍ୟ ପାଇପ୍ ଫାଟି ସମଗ୍ର ରାସ୍ତାରେ ବନ୍ଯାର ସୁଅ ଭ୍ରମ କରୁଥିବା ଦେଖିବାକୁ ମିଳିଥିଲା । କୌଣସି ଦୁର୍ବୃତ୍ତଙ୍କ ଦ୍ଵାରା ଏହି କୁକର୍ମ ହେଉ ବା ରାସ୍ତା ପାର୍ଶ୍ୱରେ ବିଭିନ୍ନ ବିଭାଗର ଯାଇଥିବା କେବୁଲ ଖୋଳାର ତ୍ରୃଟିରୁ ହୋଇଥାଉ । ମାତ୍ର ବନ୍ୟାର ସ୍ରୋତ ଭଳି ପାନୀୟ ଜଳ ଗୁଡିକ ଦୀର୍ଘ ସମୟ ଧରି ରାସ୍ତାରେ ଭାସୁଥିଲେ ମଧ୍ୟ ଏହାକୁ ତୁରନ୍ତ ରୋକିବା ଦିଗରେ ପ୍ରଶାସନିକ ଅଣଦେଖା ସାଧାରଣରେ ତୀବ୍ର ଅସନ୍ତୋଷର କାରଣ ପାଲଟିଥିଲା । ସମ୍ବଲପୁର ଜିଲ୍ଲା ସଦର ମହକୁମାରେ ଅବସ୍ଥାପିତ ସମସ୍ତ କାର୍ଯ୍ୟାଳୟର ମୁଖିଆ ମାନେ ନିଜ ପଦପଦବୀର ସଠିକ୍ ଦାୟିତ୍ଵ ତୁଲାଇବା ଅପେକ୍ଷା ଶାସକ ଦଳର ଛତ୍ରଛାୟା ତଳେ ଆଶ୍ରୟ ନେବା ପାଇଁ ବେଶ୍ ଉଦ୍ୟମ କରୁଥିବା ଶୁଣିବାକୁ ମିଳୁଛି । ବିଶେଷ କରି ପିଏଚଡ଼ି ଓ ଆରଡବ୍ଲୁଏସ୍ଏସ୍ ବିଭାଗ ନିର୍ବାହୀ ଯନ୍ତ୍ରୀ ସମ୍ବଲପୁର ଭଳି ସୁରକ୍ଷିତ ସ୍ଥାନରୁ ଯେପରି ଅନ୍ୟତ୍ର ବଦଳି ନ ହୁଅନ୍ତି ସେଥିପାଇଁ ବିଭାଗୀୟ ମନ୍ତ୍ରୀ ଓ ସଚିବ ସ୍ତରୀୟ ଲବିରେ ବେଶ୍ ସକ୍ରିୟ ଥିବା ଶୁଣିବାକୁ ମିଳୁଛି । ଯାହା ଫଳରେ ଏହି ଦୁଇ ବିଭାଗ ପକ୍ଷରୁ ହେଉଥିବା ସମସ୍ତ କାର୍ଯ୍ୟ ନିମ୍ନମାନର ଓ ଖାମଖିଆଲି ଭାବେ ହେଉଥିବା ଅଭିଯୋଗ ହେଉଛି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande