ତାଲଚନକି ଗ୍ରାମରେ ପରିବେଶ ସୁରକ୍ଷା ଉପରେ ସଚେତନତା ସଭା
Environment awareness programme
Awareness programme


ଝାରସୁଗୁଡା, ୫ ଜୁନ୍ (ହି.ସ.)- ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ତାଲଚନକି ଗ୍ରାମରେ ବିଶ୍ୱ ପରିବେଶ ଦିବସ ଅବସରରେ ସେୱା ଅନୁଷ୍ଠାନ ପକ୍ଷରୁ ଏକ ସଚେତନତା ଓ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ଆଜିମ ପ୍ରେମଜି ଫାଉଣ୍ଡେସନଙ୍କ ଆନୁକୂଲ୍ୟରେ ପରିଚାଳିତ “ଆଗାମୀ ଚାଷୀପିଢ଼ିଙ୍କ ସଶକ୍ତିକରଣ” ପ୍ରକଳ୍ପ ଅନ୍ତର୍ଗତ ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମରେ ସେୱା ଅନୁଷ୍ଠାନର ପ୍ରତିଷ୍ଠାତା ସୁଶୀଲ କୁମାର ଦାଶ ଯୋଗଦେଇ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ଉପରେ ସଚେତନତା ବାର୍ତ୍ତା ଦେଇଥିଲେ l ଗଛ ଲଗାଇବା, ଜଙ୍ଗଲ ସୁରକ୍ଷା, ଜଳ ସଂରକ୍ଷଣ, ଜୈବ ବିବିଧତାର ସୁରକ୍ଷା ଓ ପରିବେଶ ଅନୁକୂଳ ଜୀବନ ଶୈଳୀର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ l ଏଣୁ ପ୍ରତ୍ୟେକ ନାଗରିକ ବିଶ୍ୱ ପରିବେଶ ଦିବସରେ ଅତିକମ୍ ରେ ଗୋଟିଏ ଗଛ ଲଗାଇବା ପାଇଁ ଶ୍ରୀ ଦାଶ ଆହ୍ୱାନ ଦେଇଥିଲେ l ଏଥିରେ ପ୍ରକଳ୍ପର ଆକାଉଣ୍ଟାଣ୍ଟ ରୋହିତ ଲାକ୍ରା, ପ୍ରକଳ୍ପର ମୁଖ୍ୟ ପରିଚାଳକ ଆଶୁତୋଷ ପ୍ରସାଦ ଗଡନାୟକ, ଜୀବିକା ସଂଯୋଜିକା ହିମାଙ୍ଗିନି ବେହେରା ଏବଂ ଗୋଷ୍ଠୀ ସଂଗଠିକା ଚେତନା ନାୟକ, ରେଶ୍ମା ଖର୍ସେଲ, ପ୍ରୀତି ପାଣିଗ୍ରାହୀ, ସୁମି ନେଟି, ରୋଜି ସା, ପାର୍ବତୀ କିସାନ, ସୀମା ପରୁଆ, ଗୋଷ୍ଠୀ ସଂଗଠକ ପ୍ରତାପ ଚନ୍ଦ୍ର ପଟେଲ, ଯଶୋବନ୍ତ ବେହେରା, ହରେଶ କିସାନ ଏବଂ ଏମ୍ଆଇଏସ୍ ସହଯୋଗୀ ତୃପ୍ତି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସଭା ଆରମ୍ଭରେ ପ୍ରକଳ୍ପର ମୁଖ୍ୟ ପରିଚାଳକ ଆଶୁତୋଷ ପ୍ରସାଦ ଗଡନାୟକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ତାଲଚନକି ଗ୍ରାମର ବହୁ ସଂଖ୍ୟକ ଚାଷୀ ଭାଇ ଓ ଭଉଣୀମାନେ ଯୋଗଦେଇଥିଲେ l ଶେଷରେ ଜୀବିକା ସଂଯୋଜିକା ହିମାଙ୍ଗିନି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande