ମାସିକ ପତ୍ରିକା ହିନ୍ଦୁ ଶତାବ୍ଦୀର ସେବା ବିଶେଷାଙ୍କ ଉନ୍ମୋଚିତ
କଟକ, 05 ଜୁନ (ହି.ସ.) ବିଶ୍ୱ ହିନ୍ଦୁ ପରିଷଦ କଟକ ମହାନଗର ଆନୁକୂଲ୍ୟରେ ଶୁକ୍ରବାର ଦିନ ମାସିକ ପତ୍ରିକା ହିନ୍ଦୁ ଶତାବ୍ଦୀର ସେବା ବିଶେଷାଙ୍କ ଉନ୍ମୋଚିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ଶଲ୍ୟ ଚିକିତ୍ସକ ଓ ଚରକ ସ୍ୱାସ୍ଥ୍ୟ ସେବା ପ୍ରକଳ୍ପର ପ୍ରାନ୍ତ ସଭାପତି ଡ଼ା ରମେଶ ଚନ୍ଦ୍ର
ମାସିକ ପତ୍ରିକା ହିନ୍ଦୁ ଶତାବ୍ଦୀର   ସେବା ବିଶେଷାଙ୍କ ଉନ୍ମୋଚିତ


କଟକ, 05 ଜୁନ (ହି.ସ.) ବିଶ୍ୱ ହିନ୍ଦୁ ପରିଷଦ କଟକ ମହାନଗର ଆନୁକୂଲ୍ୟରେ ଶୁକ୍ରବାର ଦିନ ମାସିକ ପତ୍ରିକା ହିନ୍ଦୁ ଶତାବ୍ଦୀର ସେବା ବିଶେଷାଙ୍କ ଉନ୍ମୋଚିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ଶଲ୍ୟ ଚିକିତ୍ସକ ଓ ଚରକ ସ୍ୱାସ୍ଥ୍ୟ ସେବା ପ୍ରକଳ୍ପର ପ୍ରାନ୍ତ ସଭାପତି ଡ଼ା ରମେଶ ଚନ୍ଦ୍ର ଦାସ ହିନ୍ଦୁ ସମାଜର ମହନୀୟ ସମାଜ ସେବା ବିଷୟରେ ଆଲୋକପାତ କରିଥିଲେ। ସେ ଗଣତାନ୍ତ୍ରିକ ଦେଶରେ ସଂଖ୍ୟାର ମହତ୍ୱ ଉପରେ ଗୁରୁତ୍ୱାରୋପ କରିବା ପୂର୍ବକ ବଡ ପରିବାରର ଆବଶ୍ୟକତା ବିଶଦ ଭାବେ ବର୍ଣ୍ଣନା କରିଥିଲେ। ବିଶ୍ୱ ହିନ୍ଦୁ ପରିଷଦ କ୍ଷେତ୍ର ସହ ସେବା ପ୍ରମୁଖ ହରିଶ୍ଚନ୍ଦ୍ର ପ୍ରଧାନ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ମହନୀୟ ସେବା ଭାବରେ ଅନୁପ୍ରାଣିତ ହେବାପାଇଁ ଯୁବ ପିଢିଙ୍କୁ ଆହ୍ୱାନ ଦେଇଥିଲେ। ହିନ୍ଦୁ ମହାସଭାର ରାଷ୍ଟୀୟ ପଦାଧିକାରୀ ଭାବେ ଉତ୍କଳମଣିଙ୍କ ନେତୃତ୍ୱ ବିଷୟରେ ସେ ବର୍ଣ୍ଣନା କରିଥିଲେ। ବିଶିଷ୍ଟ ସମାଜସେବି ଇଂ ଭରତ ଚନ୍ଦ୍ର ସ୍ୱାଇଁ ସଂଘର ସେବାକାମ କିପରି ସମାଜର ଶେଷଧାଡିରେ ଠିଆ ହୋଇଥିବା ଲୋକ ପାଇଁ ଅଭିପ୍ରେତ ବର୍ଣ୍ଣନା କରିଥିଲେ। ହିନ୍ଦୁ ଶତାବ୍ଦୀ ପରିଚାଳନା ସମିତିର ସମ୍ପାଦକ ଓ ପ୍ରାକ୍ତନ ପ୍ରଫେସର ଡ଼ ମଳୟ କୁମାର ମହାନ୍ତି ଶ୍ରୀ ଜଗନ୍ନାଥ ପରମ୍ପରାରେ ସେଵା ଓ ସଂସ୍କୃତିର ସମନ୍ୱୟ ଉପରେ ଆଲୋକପାତ କରିଥିଲେ। ହିନ୍ଦୁ ଶତାବ୍ଦୀ ପତ୍ରିକାର ପରିଚାଳନା ସମ୍ପାଦକ ଉପେନ୍ଦ୍ର ପ୍ରଧାନ, ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ପ୍ରଶାନ୍ତ କୁମାର ପଣ୍ଡା, ଲକ୍ଷ୍ମୀଧର ସାହୁ (ମୂଷି ଭାଇ), ଅଜୟ ଦାସ, ବଂଶୀଧର ପ୍ରଧାନ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।ଚରକ ସ୍ୱାସ୍ଥ୍ୟ ସେବା ପ୍ରକଳ୍ପର ପ୍ରାନ୍ତ ସମ୍ପାଦକ ଗଣେଶ କୁମାର ସାହୁ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande