ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ବିଶ୍ୱ ପରିବେଶ ଦିବସ ପାଳିତ
ଭୁବନେଶ୍ୱର, ୦୫ ଜୁନ (ହି.ସ) - ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଉତ୍ସାହର ସହ ପାଳନ କରାଯାଇଥିଲା। ପରିବେଶ ସୁରକ୍ଷା, ପ୍ରାକୃତିକ ସମ୍ପଦର ସଂରକ୍ଷଣ ଏବଂ ସ୍ଥାୟୀ ବିକାଶମୂଳକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ଦିଗରେ ମଣ୍ଡଳର ଦୃଢ଼ ପ୍ରତିବଦ୍ଧତାକୁ ପୁନର୍ବ୍ୟକ୍ତ କରିବା ସହ ଏ
drm


ଭୁବନେଶ୍ୱର, ୦୫ ଜୁନ (ହି.ସ) - ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଉତ୍ସାହର ସହ ପାଳନ କରାଯାଇଥିଲା। ପରିବେଶ ସୁରକ୍ଷା, ପ୍ରାକୃତିକ ସମ୍ପଦର ସଂରକ୍ଷଣ ଏବଂ ସ୍ଥାୟୀ ବିକାଶମୂଳକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ଦିଗରେ ମଣ୍ଡଳର ଦୃଢ଼ ପ୍ରତିବଦ୍ଧତାକୁ ପୁନର୍ବ୍ୟକ୍ତ କରିବା ସହ ଏହି ଅବସରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସବୁଜ ଓ ସୁସ୍ଥ ପରିବେଶ ଗଠନ ପାଇଁ ଜନସାଧାରଣଙ୍କୁ ସକାରାତ୍ମକ ପରିବେଶମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରେରିତ କରାଯାଇଥିଲା।

ଏହି ଅବସରରେ କଲ୍ୟାଣୀ ମଣ୍ଡପ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମଣ୍ଡଳ ରେଳ ପ୍ରବନ୍ଧକ ଡି. ସୁନିଲ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) ପି. କେ. ବେହେରା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଭିତିଭୂମି) ରାଜଧାରୀ ଯାଦବଙ୍କ ସମେତ ବିଭିନ୍ନ ଶାଖା ଅଧିକାରୀ ଓ କର୍ମଚାରୀମାନେ ଚାରାରୋପଣ କରିଥିଲେ।

ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନରେ ସ୍କାଉଟ୍ସ ଓ ଗାଇଡ୍ସର ଶିଶୁମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଏଥିରେ ଯାତ୍ରୀମାନଙ୍କୁ ପ୍ଲାଷ୍ଟିକ ଦୂଷଣ ରୋକିବା ଏବଂ ପରିବେଶ ଅନୁକୂଳ ଅଭ୍ୟାସ ଆପଣନେଇବା ପାଇଁ ପ୍ରେରିତ କରାଯାଇଥିଲା। କାର୍ଯ୍ୟକ୍ରମ ସମୟରେ ଶ୍ରୀ ଡି. ସୁନିଲ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କ ଦ୍ୱାରା ଯାତ୍ରୀ ଓ ବ୍ୟବସାୟୀମାନଙ୍କୁ ଝୋଟ ବ୍ୟାଗ୍ ବଂଟନ କରାଯାଇଥିଲା ପ୍ଲାଷ୍ଟିକର ସ୍ଥାନରେ ପରିବେଶ ସୁରକ୍ଷାମୂଳ ବିକଳ୍ପ ବ୍ୟବହାର ପାଇଁ ଉତ୍ସାହିତ କରିଥିଲେ। ବିଶ୍ୱ ପରିବେଶ ଦିବସ ଅବସରରେ ରେଳ କର୍ମଚାରୀଙ୍କ ପିଲାମାନଙ୍କ ପାଇଁ ଚଳିତ ବର୍ଷର ବିଶ୍ୱ ପରିବେଶ ଦିବସର ବିଷୟବସ୍ତୁକୁ ଆଧାର କରି ଚିତ୍ରାଙ୍କନ ଓ ଚିତ୍ରକଳା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଶ୍ରୀ ଡି. ସୁନିଲ ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ।

ଏହାସହ ଖୋର୍ଦ୍ଧା ରୋଡ଼ ମଣ୍ଡଳ ଅଧୀନସ୍ଥ ସମସ୍ତ ପ୍ରମୁଖ ରେଳ ଷ୍ଟେସନରେ ସଚେତନତା ବ୍ୟାନର ପ୍ରଦର୍ଶନ ଏବଂ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande