ବରିଷ୍ଠ ଆଇନଜୀବୀ ବିଭୂତି ଭୂଷଣ ପ୍ରଧାନଙ୍କ ବିୟୋଗ
କେନ୍ଦୁଝର, ୫ ଜୁନ୍ (ହି.ସ.)- ଆଜି ସକାଳୁ କେନ୍ଦୁଝର ଜିଲ୍ଲାର ବରିଷ୍ଠ ଆଇନଜୀବୀ ତଥା ଭାରତୀୟ ଜନତା ପାର୍ଟିର ପ୍ରଥମ ଜିଲ୍ଲା ସଭାପତି ବିଭୂତି ଭୂଷଣ ପ୍ରଧାନ ବିୟୋଗ ହୋଇଯାଇଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଘରେ ଚିକିତ୍ସିତ ହେଉଥିଲେ। ସେ ଆରଏସଏସର ଜଣେ ସ୍ୱୟଂସେବକ ଥିବା ସହ ଭାରତୀୟ ଜନତା ପାର
Bibhuti pradhan


କେନ୍ଦୁଝର, ୫ ଜୁନ୍ (ହି.ସ.)- ଆଜି ସକାଳୁ କେନ୍ଦୁଝର ଜିଲ୍ଲାର ବରିଷ୍ଠ ଆଇନଜୀବୀ ତଥା ଭାରତୀୟ ଜନତା ପାର୍ଟିର ପ୍ରଥମ ଜିଲ୍ଲା ସଭାପତି ବିଭୂତି ଭୂଷଣ ପ୍ରଧାନ ବିୟୋଗ ହୋଇଯାଇଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଘରେ ଚିକିତ୍ସିତ ହେଉଥିଲେ। ସେ ଆରଏସଏସର ଜଣେ ସ୍ୱୟଂସେବକ ଥିବା ସହ ଭାରତୀୟ ଜନତା ପାର୍ଟିର ସଂଗଠନ ବିସ୍ତାରରେ ତାଙ୍କର ବଡ ଭୂମିକା ଥିଲା। ତାଙ୍କର ଦେହାନ୍ତ କେନ୍ଦୁଝର ଜିଲ୍ଲା ତଥା ଭାରତୀୟ ଜନତା ପାର୍ଟି ପାଇଁ ଏକ ଅପୂରଣୀୟ କ୍ଷତି। ଜଣେ ଦକ୍ଷ ଆଇନଜୀବୀ, ସଂଗଠକ ଏବଂ ସମାଜସେବୀ ଭାବେ ତାଙ୍କର ଅବଦାନ ନେଇ ଜିଲ୍ଲାରେ ବେଶ ପରିଚିତ ଥିଲେ। ତାଙ୍କର ଏହି ମୃତ୍ୟୁ ଖବର ପାଇ ଜିଲ୍ଲା ଓକିଲ ସଂଘର ବହୁ ଅଧିବକ୍ତା, ଜିଲ୍ଲା ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ତାଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାଙ୍କ ଗାଁ ଶ୍ମଶାନରେ ଅନ୍ତ୍ବେଷ୍ଟି କ୍ରୀୟା ଅନୁଷ୍ଠିତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande