ବଜ୍ରାଘାତରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ, ପରିବା ବଗିଚାରେ ଘଟିଲା ଅଘଟଣ
କେନ୍ଦୁଝର, ୫ ଜୁନ୍ (ହି.ସ.)- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ରୁଟିଶିଳା ଗ୍ରାମରେ ବଜ୍ରାଘାତରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ଦମ୍ପତି ହେଲେ ବାଣେଶ୍ୱର ନାଏକ ଓ ତାଙ୍କ ସ୍ତ୍ରୀ ମଞ୍ଜୁଲତା ନାଏକ। ଉଭୟ ସ୍ୱାମୀ-ସ୍ତ୍ରୀ ନିଜର ବାଇଗଣ ଚାଷ ହୋଇଥିବା ପରିବା ବଗିଚାକୁ କାମ ପାଇଁ
ବଜ୍ରାଘାତରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ, ପରିବା ବଗିଚାରେ ଘଟିଲା ଅଘଟଣ


କେନ୍ଦୁଝର, ୫ ଜୁନ୍ (ହି.ସ.)- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ରୁଟିଶିଳା ଗ୍ରାମରେ ବଜ୍ରାଘାତରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ଦମ୍ପତି ହେଲେ ବାଣେଶ୍ୱର ନାଏକ ଓ ତାଙ୍କ ସ୍ତ୍ରୀ ମଞ୍ଜୁଲତା ନାଏକ।

ଉଭୟ ସ୍ୱାମୀ-ସ୍ତ୍ରୀ ନିଜର ବାଇଗଣ ଚାଷ ହୋଇଥିବା ପରିବା ବଗିଚାକୁ କାମ ପାଇଁ ଯାଇଥିଲେ। ଏହି ସମୟରେ ହଠାତ୍ ପାଗ ବଦଳିବା ସହ ଘନ ଘନ ବଜ୍ରପାତ ଆରମ୍ଭ ହୋଇଥିଲା। ବର୍ଷାରୁ ରକ୍ଷା ପାଇବା ପାଇଁ ଉଭୟ ଏକ କୁଟା ଭାଡ଼ି ତଳେ ଆଶ୍ରୟ ନେଇଥିଲେ। କିନ୍ତୁ ସେହି ସମୟରେ ବଜ୍ରପାତ ହେବାରୁ ଉଭୟ ଗୁରୁତର ଭାବେ ଆହତ ହୋଇ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଅଘଟଣ ପରେ ରୁଟିଶିଳା ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ବଜ୍ରାଘାତରେ ଏକାସାଙ୍ଗରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande