ଅହମଦାବାଦ ମିସ ଇଣ୍ଡିଆ ପ୍ରତିଯୋଗିତାରେ ଓଡିଶାର ପ୍ରତିନିଧିତ୍ୱ କରିବେ ସୋନମ
ଅହମଦାବାଦ ମିସ ଇଣ୍ଡିଆ ପ୍ରତିଯୋଗିତାରେ ଓଡିଶାର ପ୍ରତିନିଧିତ୍ୱ କରିବେ ସୋନମ
ଅହମଦାବାଦ ମିସ ଇଣ୍ଡିଆ ପ୍ରତିଯୋଗିତାରେ ଓଡିଶାର ପ୍ରତିନିଧିତ୍ୱ କରିବେ ସୋନମ


ଅହମଦାବାଦ ମିସ ଇଣ୍ଡିଆ ପ୍ରତିଯୋଗିତାରେ ଓଡିଶାର ପ୍ରତିନିଧିତ୍ୱ କରିବେ ସୋନମ


ସମ୍ବଲପୁର, ୦୫, ଜୁନ୍ (ହି.ସ.) ମିସ୍ ଗ୍ରାଣ୍ଡ ଓଡ଼ିଶା ୨୦୨୬ ମୁକୁଟ ହାସଲ କରିଥିବା ସୋନମ ଆଚାର୍ଯ୍ୟ ଆସନ୍ତା ଅଗଷ୍ଟରେ ଆହମଦାବାଦରେ ଆୟୋଜିତ ହେବାକୁ ଥିବା ପ୍ରତିଷ୍ଠିତ ପି ଆଣ୍ଡ ଆଇ ମିସ୍ ଇଣ୍ଡିଆ–୨୦୨୬ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ୱ କରିବେ ବୋଲି ଜଣାପଡିଛି। ଟାଟା ପାୱାରରେ ଇଏନସି ଇଞ୍ଜିନିୟର ଭାବରେ ଅବସ୍ଥାପିତ ସୋନମ ଜଣେ ପ୍ରଶିକ୍ଷିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବରେ ନିଜର ପରିଚୟ ନିର୍ମାଣ କରିଛନ୍ତି । ବୈଷୟିକ ସେବା ସହିତ କଳା, ସଂସ୍କୃତି ଓ ଫ୍ୟାଶନ୍ ପ୍ରତି ତାଙ୍କର ଅସୀମ ଆଗ୍ରହ ତାଙ୍କୁ ସଫଳତା ଦେଇଛି। ତାଙ୍କର ମଡେଲିଂ ଯାତ୍ରା କଲେଜ ଜୀବନରୁ ଆରମ୍ଭ ହୋଇଥିଲା। ‘ମିସ୍ ଟିନ୍ ଇଣ୍ଡିଆ’ ପ୍ରତିଯୋଗିତାରେ ଫାଇନାଲ୍ ପର୍ଯ୍ୟନ୍ତ ପହଂଚିବା ତାଙ୍କ ମନରେ ମଡେଲିଂ ରେ ନୂଆ ଅଧ୍ୟାୟ ଆରମ୍ଭ କରିବେ।

ନିଜର ଦକ୍ଷତାକୁ ଆହୁରି ଶାଣିତ କରିବା ପାଇଁ ସେ ପ୍ରସିଦ୍ଧ ଗ୍ରୁମର କେୟୁର ଦେଶାଇଙ୍କ ଠାରୁ ପ୍ରଶିକ୍ଷଣ ଗ୍ରହଣ କରି ‘ଓଡ଼ିଶା କ୍ୱିନ୍’ ଫ୍ୟାଶନ୍ ଶୋ’ରେ ପ୍ରଥମ ରନର୍ସ-ଅପ ଓ ପରେ ‘ମିସ୍ ଉତ୍କଳ’, ‘ରାଜା ରାଣୀ’ ଓ ‘ଷ୍ଟାର ଅଫ୍ ଦି ଇୟର’ ଭଳି ପ୍ରତିଷ୍ଠିତ ମାନ୍ୟତା ହାସଲ କରିଥିଲେ। ଏହା ସହିତ ସେ ଓମେନ୍ସ ଆଚିଭର ଆୱାର୍ଡ ୨୦୨୩ ସଂସ୍କରଣ ରେ ମଧ୍ୟ ସମ୍ମାନିତ ହୋଇଥିଲେ। ଫ୍ୟାଶନ୍ ଶୋ’, ରାମ୍ପ ୱାକ୍, ବିତର୍କ, ଆଙ୍କରିଂ ଓ ସାର୍ବଜନୀନ ଭାଷଣ କ୍ଷେତ୍ରରେ ମଧ୍ୟ ସେ ନିଜର ଦକ୍ଷତାର ପରିଚୟ ଦେଇ ଆସିଛନ୍ତି। ନନା ବରଦା ପ୍ରସାଦ ଆଚାର?୍ୟ୍ୟ ଓ ବୋଉ ଦିପ୍ତିମୟୀ ଦାଶଙ୍କ ଅକୁଣ୍ଠ ସମର୍ଥନ, ପ୍ରେରଣାରେ ସୋନମ ଜାତୀୟ ମଂଚରେ ଭଲ ପ୍ରଦର୍ଶନ କରିବା ନୁହେଁ, ବରଂ ଅହମଦାବାଦ ରେ ମିସ୍ ଇଣ୍ଡିଆ ମୁକୁଟ ହାସଲ କରି ସମଗ୍ର ଦେଶ ସମ୍ମୁଖରେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ବିଶେଷକରି ସମ୍ବଲପୁରୀ ଐତିହ୍ୟର ଗୌରବ ଉପସ୍ଥାପନ ପାଇଁ ଲକ୍ଷ୍ୟ ରଖିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande