ଗାଁ ଆମ୍ବ ପସରାରେ ୧୬ରୁ ଅଧିକ ପ୍ରଜାତିର ଆମ୍ବ: ମିଆଜାକି ଆମ୍ବ ପାଲଟିଛି ମୁଖ୍ୟ ଆକର୍ଷଣ, ରଜ ପର୍ଯ୍ୟନ୍ତ ଅବଧି ବୃଦ୍ଧି ପାଇଁ ପଦକ୍ଷେପ
ମାଲକାନଗିରି, ୫ ଜୁନ୍ (ହି.ସ.)- ମାଲକାନଗିରିରେ ଚାଲିଥିବା “ଗାଁ ଆମ୍ବ ପସରା”ରେ ଆଜି ଆହୁରି ୪ଟି ନୂତନ ପ୍ରଜାତିର ଆମ୍ବ ଯୋଗ ହୋଇଥିବା ବେଳେ ବର୍ତ୍ତମାନ ଏଠାରେ ୧୬ରୁ ଅଧିକ ପ୍ରଜାତିର ଆମ୍ବ ଉପଲବ୍ଧ ରହିଛି। ସ୍ଥାନୀୟ ଓ ବାହାର ରାଜ୍ୟର ବିଭିନ୍ନ ସ୍ୱାଦର ଆମ୍ବ ଦେଖିବା ଓ କିଣିବା ପାଇଁ ଗ୍ରାହକଙ୍କ ଭି
ଆମ୍ବ ପସରାରେ ୧୬ରୁ ଅଧିକ ପ୍ରଜାତିର ଆମ୍ବ: ମିଆଜାକି ଆମ୍ବ ପାଲଟିଛି ମୁଖ୍ୟ ଆକର୍ଷଣ, ରଜ ପର୍ଯ୍ୟନ୍ତ ଅବଧି ବୃଦ୍ଧି ପାଇଁ ପଦକ୍ଷେପ


ଆମ୍ବ ପସରାରେ ୧୬ରୁ ଅଧିକ ପ୍ରଜାତିର ଆମ୍ବ: ମିଆଜାକି ଆମ୍ବ ପାଲଟିଛି ମୁଖ୍ୟ ଆକର୍ଷଣ, ରଜ ପର୍ଯ୍ୟନ୍ତ ଅବଧି ବୃଦ୍ଧି ପାଇଁ ପଦକ୍ଷେପ


ମାଲକାନଗିରି, ୫ ଜୁନ୍ (ହି.ସ.)- ମାଲକାନଗିରିରେ ଚାଲିଥିବା “ଗାଁ ଆମ୍ବ ପସରା”ରେ ଆଜି ଆହୁରି ୪ଟି ନୂତନ ପ୍ରଜାତିର ଆମ୍ବ ଯୋଗ ହୋଇଥିବା ବେଳେ ବର୍ତ୍ତମାନ ଏଠାରେ ୧୬ରୁ ଅଧିକ ପ୍ରଜାତିର ଆମ୍ବ ଉପଲବ୍ଧ ରହିଛି। ସ୍ଥାନୀୟ ଓ ବାହାର ରାଜ୍ୟର ବିଭିନ୍ନ ସ୍ୱାଦର ଆମ୍ବ ଦେଖିବା ଓ କିଣିବା ପାଇଁ ଗ୍ରାହକଙ୍କ ଭିଡ଼ ଦିନକୁ ଦିନ ବଢ଼ୁଛି।

ଏହି ପସରାର ମୁଖ୍ୟ ଆକର୍ଷଣ ପାଲଟିଛି ବିଶ୍ୱପ୍ରସିଦ୍ଧ ମିଆଜାକି ଆମ୍ବ। ଜାପାନ ମୂଳର ଏହି ଆମ୍ବ ବିଶ୍ୱର ସବୁଠାରୁ ଦାମୀ ଆମ୍ବ ମଧ୍ୟରୁ ଅନ୍ୟତମ ଭାବେ ପରିଚିତ। ଏହାର ମୂଲ୍ୟ ସାଧାରଣତଃ ୩୫ ହଜାର ଟଙ୍କାରୁ ୨ ଲକ୍ଷ ଟଙ୍କାରୁ ଅଧିକ ପ୍ରତି କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ ବୋଲି କୁହାଯାଏ। ପ୍ରାୟ ୮୫୦ ଗ୍ରାମ ଓଜନ ବିଶିଷ୍ଟ ଏହି ଆମ୍ବକୁ କାଚ ଘର ଭିତରେ ପ୍ରଦର୍ଶିତ କରାଯାଇଥିବାରୁ ଏହା ଦର୍ଶକଙ୍କ ବିଶେଷ ଆକର୍ଷଣର କେନ୍ଦ୍ର ପାଲଟିଛି।

ଏହା ସହ ଧନପତି, ମଲ୍ଲିକା, ଦଶେରୀ, ତୋଟାପୁରୀ, ଟେମେରୁ କୋଳି ଆଦି ବିଭିନ୍ନ ସ୍ୱାଦର ଆମ୍ବ ମଧ୍ୟ ଉପଲବ୍ଧ ରହିଛି। ପସରାର ବଢ଼ୁଥିବା ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଜିଲ୍ଲାର ଅଗ୍ରଣୀ ସମାଜସେବୀ ରାମକୃଷ୍ଣ ଚୌଧୁରୀ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅନୁରୋଧ କରି ପସରାର ନିର୍ଦ୍ଧାରିତ ସମାପନ ତାରିଖ ୫ ଜୁନ୍ ପରିବର୍ତ୍ତେ ୧୫ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଦାବି କରିଥିଲେ। ଏହି ଅନୁରୋଧକୁ ଗୁରୁତ୍ୱର ସହ ନେଇ ଜିଲ୍ଲାପାଳ ତୁରନ୍ତ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ବିଷୟଟି ପରୀକ୍ଷା କରି ଆବଶ୍ୟକ ପଦକ୍ଷେପ ନେବାକୁ କହିଥିବା ଜଣାପଡ଼ିଛି। ରଜ ପର୍ବକୁ ଦୃଷ୍ଟିରେ ରଖି ପସରାର ଅବଧି ବୃଦ୍ଧି ନେଇ ସକାରାତ୍ମକ ନିଷ୍ପତ୍ତି ହେବାର ଆଶା ପ୍ରକାଶ ପାଇଛି।

ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ, ତେବେ ଜିଲ୍ଲାବାସୀ ଓ ଆମ୍ବପ୍ରେମୀମାନେ ଆସନ୍ତା ରଜ ପର୍ବ ପର୍ଯ୍ୟନ୍ତ ଗାଁ ଆମ୍ବ ପସରାରେ ଉପଲବ୍ଧ ବିଭିନ୍ନ ପ୍ରଜାତିର ଆମ୍ବର ସ୍ୱାଦ ଉପଭୋଗ କରିପାରିବେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande