
ଭୁବନେଶ୍ୱର, ୫ ଜୁନ୍ (ହି.ସ.)- ଗରମ ଓ ଗୁଳୁଗୁଳି ନେଇ ଆଗାମୀ ୫ ଦିନ ଅର୍ଥାତ୍ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।
ଗରମ ଓ ଗୁଳୁଗୁଳି ନେଇ ଆଗାମୀ ୨୪ ଘଂଟା ପାଇଁ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ଢ଼େଙ୍କାନାଳ, ନୟାଗଡ଼, ଅନୁଗୁଳ, ବୌଦ୍ଧ, ଗଞ୍ଜାମ, ଗଜପତି, ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗିର, କଳାହାଣ୍ଡି ।
ଅନୁରୂପ ଭାବେ ଗରମ ଓ ଗୁଳୁଗୁଳି ନେଇ ୬ ତାରିଖ ୧୯ ଜିଲ୍ଲା, ୭ ତାରିଖ ୧୧ ଜିଲ୍ଲା, ୮ ତାରିଖ ୧୧ ଜିଲ୍ଲା ଏବଂ ୯ ତାରିଖ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ