ଆଗାମୀ ବର୍ଷା ଋତୁ ପାଇଁ ବଲାଙ୍ଗୀର ପୌରପାଳିକାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବଲାଙ୍ଗୀର, ୦୫ ଜୁନ୍(ହି.ସ.) – ଆଗାମୀ ବର୍ଷା ଋତୁକୁ ସଫଳତାର ସହ ମୁକାବିଲା କରିବା ଓ ସହରରେ ଜଳ ଜମା ସମସ୍ୟାକୁ ରୋକିବା ଲକ୍ଷ୍ୟରେ ଆଜି ଡିଆରଡିଏ ସମ୍ମିଳନୀ କକ୍ଷରେ ପିଡି, ଡୁଡା , ତରଣୀ ସୁନାଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବଲାଙ୍ଗୀର ପୌରପାଳିକାର ନିର୍ବ
ଆଗାମୀ ବର୍ଷା ଋତୁ ପାଇଁ ବଲାଙ୍ଗୀର ପୌରପାଳିକାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ


ଆଗାମୀ ବର୍ଷା ଋତୁ ପାଇଁ ବଲାଙ୍ଗୀର ପୌରପାଳିକାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ


ବଲାଙ୍ଗୀର, ୦୫ ଜୁନ୍(ହି.ସ.) – ଆଗାମୀ ବର୍ଷା ଋତୁକୁ ସଫଳତାର ସହ ମୁକାବିଲା କରିବା ଓ ସହରରେ ଜଳ ଜମା ସମସ୍ୟାକୁ ରୋକିବା ଲକ୍ଷ୍ୟରେ ଆଜି ଡିଆରଡିଏ ସମ୍ମିଳନୀ କକ୍ଷରେ ପିଡି, ଡୁଡା , ତରଣୀ ସୁନାଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବଲାଙ୍ଗୀର ପୌରପାଳିକାର ନିର୍ବାହୀ ଅଧିକାରୀ ବୈଠକର କନଭେନର ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ।

ବୈଠକରେ ଆଗାମୀ ବର୍ଷା ଋତୁ ସମୟରେ ସମ୍ଭାବ୍ୟ ସମସ୍ୟା ଓ ସେଗୁଡ଼ିକର ମୁକାବିଲା ପାଇଁ ଆବଶ୍ୟକ ପୂର୍ବ ପ୍ରସ୍ତୁତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିରେ ପୌରାଧ୍ୟକ୍ଷା ଲୀକା ସାହୁ, ଆର୍ ଆଣ୍ଡ ବି, ବିଦ୍ୟୁତ, ପିଏଚଡି, ମାଇନର ଇରିଗେସନ, ଏନଏଚ, ରେଳବାଇ, ଓଡ୍ରାଫ, ଅଗ୍ନିଶମ, ବନ ବିଭାଗ, ପୋଲିସ, ତହସିଲ ପ୍ରଶାସନ ଏବଂ ସିଡିଏମଓଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ପୌରାଧ୍ୟକ୍ଷା ଲୀକା ସାହୁ ସହରର ବିଭିନ୍ନ ସ୍ଥାନରେ ଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଥିବା ସ୍ଥାନଗୁଡ଼ିକୁ ତୁରନ୍ତ ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଏନଏଚ, ପିଡବ୍ଲୁଡି, ମାଇନର ଇରିଗେସନ ଓ ରେଳବାଇ ବିଭାଗର ଅଧିକାରୀମାନଙ୍କୁ ଅବଗତ ସହିତ ତୁରଂତ ତା ସମାଧାନ କାଟିବା ପାଇଁ ଜଣାଇଥିଲେ।

ତରଣୀ ସୁନା ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ମିଳିତ ଉଦ୍ୟମରେ କାର୍ଯ୍ୟ କରିବା ଏବଂ ଚାଲିଥିବା ଅଧପନ୍ତରିଆ କାର୍ଯ୍ୟଗୁଡ଼ିକୁ ଶୀଘ୍ର ସମାପ୍ତ କରିବା ପାଇଁ ଅନୁରୋଧ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ବର୍ଷା ଋତୁ ସମୟରେ ନିୟମିତ ଭାବରେ ଏଭଳି ସମୀକ୍ଷା ବୈଠକ ଆୟୋଜନ କରାଯିବ।

ବୈଠକରେ ଉପସ୍ଥିତ ସମସ୍ତ ବିଭାଗ ନିଜ ନିଜ କ୍ଷେତ୍ରରେ ଆବଶ୍ୟକ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଥିବା ଏବଂ ବର୍ଷାଜନିତ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ଜଣାଇଥିଲେ। ଶେଷରେ ନିର୍ବାହୀ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ପରେ ବୈଠକ ସମାପ୍ତ ହେଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande