ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ ଦେବାଶିଷ ସାମନ୍ତରାୟ
ଭୁବନେଶ୍ୱର, ୫ ଜୁନ (ହି.ସ) - ରାଜ୍ୟସଭା ଉପନିର୍ବାଚନ ପାଇଁ ଦେବାଶିଷ ସାମନ୍ତରାୟ ଶୁକ୍ରବାର ଦିନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦେବାଶିଷ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ଏକ ପଟୁଆରରେ ବାହ
stght6y


ଭୁବନେଶ୍ୱର, ୫ ଜୁନ (ହି.ସ) - ରାଜ୍ୟସଭା ଉପନିର୍ବାଚନ ପାଇଁ ଦେବାଶିଷ ସାମନ୍ତରାୟ ଶୁକ୍ରବାର ଦିନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦେବାଶିଷ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ଏକ ପଟୁଆରରେ ବାହାରି ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ଭରିଛନ୍ତି। ନାମାଙ୍କନ ବେଳେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ , ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ , ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ବହୁ ନେତା ମନ୍ତ୍ରୀ ଉପସ୍ଥିତ ରହିଥିଲ। ଆସନ୍ତା ୧୮ ତାରିଖରେ ରାଜ୍ୟସଭା ଉପ ନିର୍ବାଚନ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande