ବଡ଼ବିଲ ପୌରପାଳିକା ପକ୍ଷରୁ ସୁଇପ୍ ଭୋଟର ସଚେତନତା କାର୍ଯ୍ୟକ୍ରମ
କେନ୍ଦୁଝର, ୫ ଜୁନ୍ (ହି.ସ.)- ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ବଡ଼ବିଲ ପୌରପାଳିକା ପକ୍ଷରୁ ଏକ ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ଓ ମତଦାତାଙ୍କ ବ୍ୟବସ୍ଥିତ ଶିକ୍ଷା ଏବଂ ନିର୍ବାଚନରେ ଅଂଶଗ୍ରହଣ (ସୁଇପ୍) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ପ୍ରକ୍ରିୟାରେ ସମସ୍ତଙ୍କ ସହଭ
Sir suip


କେନ୍ଦୁଝର, ୫ ଜୁନ୍ (ହି.ସ.)- ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ବଡ଼ବିଲ ପୌରପାଳିକା ପକ୍ଷରୁ ଏକ ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ଓ ମତଦାତାଙ୍କ ବ୍ୟବସ୍ଥିତ ଶିକ୍ଷା ଏବଂ ନିର୍ବାଚନରେ ଅଂଶଗ୍ରହଣ (ସୁଇପ୍) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ପ୍ରକ୍ରିୟାରେ ସମସ୍ତଙ୍କ ସହଭାଗିତା ବୃଦ୍ଧି ଏବଂ ସ୍ୱଚ୍ଛତା ବଜାୟ ରଖିବା ଲକ୍ଷ୍ୟରେ ନା କୋଈ ଭୋଟର ଛୁଟେ, ନା କୋଈ ଫର୍ଜି ଯୁଡେ (କୌଣସି ଯୋଗ୍ୟ ଭୋଟର ଯେମିତି ନ ବାଦ୍ ପଡ଼ନ୍ତି ଏବଂ କୌଣସି ଜାଲ୍ ଭୋଟର ଯେମିତି ସାମିଲ ନ ହୁଅନ୍ତି) ସ୍ଲୋଗାନକୁ ନେଇ ଏହି ଜାତୀୟ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଅନନ୍ତ ନାୟକ ଯୋଗଦେଇ ମତାଧିକାରର ସାମଗ୍ରିକ ଗୁରୁତ୍ୱ ଉପରେ ଆଲୋଚନା କରିବା ସହ ପ୍ରତ୍ୟେକ ଯୋଗ୍ୟ ନାଗରିକ ନିଜ ନାମ ଭୋଟର ତାଲିକାରେ ସାମିଲ କରିବାକୁ ନିବେଦନ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ସୁସ୍ଥ ଗଣତନ୍ତ୍ର ଓ ଦେଶର ବିକାଶ ପାଇଁ କୌଣସି ବି ଯୋଗ୍ୟ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବାରୁ ବଞ୍ଚିତ ହେବା ଉଚିତ ନୁହେଁ। ଏଥିସହ ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ ରଖିବା ପାଇଁ ଭୋଟର ତାଲିକାରୁ ସମସ୍ତ ପ୍ରକାର ଜାଲ୍ କିମ୍ବା ତ୍ରୁଟିପୂର୍ଣ୍ଣ ନାମକୁ ବାଦ୍ ଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସମସ୍ତେ ସଚେତନ ହୋଇ ନିଜ ନାମ ଭୋଟର ତାଲିକାରେ ଯାଞ୍ଚ କରିବାକୁ ସେ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବନଖଣ୍ଡ ଅଧିକାରୀ , ବଡ଼ବିଲ ଥାନା ଭାରପ୍ରାପ୍ତ ଅଧିକାରୀ ଏବଂ ବଡ଼ବିଲ ପୌରପାଳିକାର ନିର୍ବାହୀ ଅଧିକାରୀ ଉପସ୍ଥିତ ରହି ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୌରପାଳିକାର ଉପ-ଅଧ୍ୟକ୍ଷ ,ସମସ୍ତ କାଉନସିଲ୍ ସଦସ୍ୟ/ସଦସ୍ୟା, ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଏବଂ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟାମାନେ ଏହି ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏଥିସହ ବହୁ ସଂଖ୍ୟାରେ ସ୍ଥାନୀୟ ସାଧାରଣ ଭୋଟର ମଧ୍ୟ ଉପସ୍ଥିତ ରହି ଏହି ଜାତୀୟ ଅଭିଯାନ ସହ ଜଡ଼ିତ ବିଭିନ୍ନ ନିର୍ବାଚନ ଶିକ୍ଷା ସମ୍ପର୍କରେ ଅବଗତ ହୋଇଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande