
ପୁରୀ, ୫ ଜୁନ୍ (ହି.ସ.)- ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି । ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେଉଛି । ପୂର୍ବାହ୍ନ ସାଢ଼େ ୧୦ଟାରୁ ବୈଠକ ଆରମ୍ଭ ହୋଇଥିବା ବେଳେ ଅପରାହ୍ନରେ ଶେଷ ହେବ ।
ପୂର୍ବରୁ ଅନୁଷ୍ଠିତ ଛତିଶା ନିଯୋଗ ଓ ନୀତି ସବ୍ କମିଟି ବୈଠକରେ ସ୍ନାନ ଯାତ୍ରା, ରଥଯାତ୍ରା ଇତ୍ୟାଦିର ନୀତି ନିର୍ଘଂଟ ଓ ବ୍ୟବସ୍ଥାବଳୀକୁ ନେଇ ଆସିଥିବା ପ୍ରସ୍ତାବ ଗୁଡିକୁ ଆଜିର ବୈଠକରେ ଅନୁମୋଦନ ଦେବ ଶ୍ରୀମନ୍ଦିର ପରିଚାଳନା କମିଟି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ