ଚୋରା ମଦ ଜବତ : ୦୭ ଜଣ ଗିରଫ, କୋର୍ଟ ଚାଲାଣ..
କେନ୍ଦ୍ରାପଡା ୫ ଜୁନ୍ (ହିସ) - ଜିଲ୍ଲାପାଳ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ, ଆଳି, କେନ୍ଦ୍ରାପଡ଼ା ସଦର ଓ ରାଜକନିକା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ
ଚୋରା ମଦ ଜବତ : ୦୭ ଜଣ ଗିରଫ, କୋର୍ଟ ଚାଲାଣ..


କେନ୍ଦ୍ରାପଡା ୫ ଜୁନ୍ (ହିସ) - ଜିଲ୍ଲାପାଳ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ, ଆଳି, କେନ୍ଦ୍ରାପଡ଼ା ସଦର ଓ ରାଜକନିକା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଚଢ଼ାଉ କରାଯାଇଥିଲାଏହି ଚଢ଼ାଉ ସମୟରେ ଫସିଲପୁର ଗ୍ରାମର ଜଗବନ୍ଧୁ ମଳିକଙ୍କଠାରୁ ୪୦ ଲିଟର, ତୁଳସୀଶାସନ ଗ୍ରାମର ପ୍ରସନ୍ନ କୁମାର ଦାସଙ୍କଠାରୁ ୧୯ ଲିଟର, କଣ୍ଡିଆହାଟ ଗ୍ରାମର ଗୌତମ ମଳିକଙ୍କଠାରୁ ୨୫ ଲିଟର, ଖଣ୍ଡାସାହିର ସତ୍ୟାନନ୍ଦ ବେହେରାଙ୍କଠାରୁ ୨୬ ଲିଟର, ଜମଧର ଗ୍ରାମର ଅନାମ ଚନ୍ଦ୍ର ମଳିକଙ୍କଠାରୁ ୨୩ ଲିଟର, କୋଇଲିପୁର ଗ୍ରାମର ଜଳନ୍ଧର ମଳିକଙ୍କଠାରୁ ୫୧ ଲିଟର ଏବଂ ମଦରଙ୍ଗପାଟ ଗ୍ରାମର ଭୁସ୍ମୟ ପ୍ରଧାନଙ୍କଠାରୁ ୧୪ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା।ମୋଟ ୧୯୮ ଲିଟର ବିଦେଶୀ ଓ ଦେଶୀ ମଦ ଜବତ କରାଯିବା ସହ ୦୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଇନ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି।ଏହି ଚଢ଼ାଉ କାର୍ଯ୍ୟରେ ଅବକାରୀ ଉପନିରୀକ୍ଷକ କଳ୍ପନା ରାଉତ, ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର ଏବଂ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ସକ୍ରିୟ ଭାବେ ସାମିଲ ଥିଲେ।

-----------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande