ଆଇ.ଟି.ଆଇ. କଲେଜ୍ ରେ ବୈଷୟିକ ଶିକ୍ଷା ପାଠ୍ୟକ୍ରମ ପାଇଁ ପରାମର୍ଶ ଶିବିର
ବଲାଙ୍ଗିର, ୫ ଜୁନ୍ (ହି.ସ.)- ବଲାଙ୍ଗୀର ଜିଲ୍ଲାରେ ଅବସ୍ଥିତ ଥିବା ଆଇ.ଟି.ଆଇ. କଲେଜ୍ ରେ ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟ ତରଫରୁ ବୈଷୟିକ ଶିକ୍ଷା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ପରାମର୍ଶ ଶିବିରରେ ଜିଲ୍ଲା ଆଇନ ପରିବିକ୍ଷକ ଅଧିକାରୀ ଦିଗମ୍ବର କର ସ୍ୱାଗତ ଭାଷଣ ଦେଇଥିଲେ ଓ ବୈଷୟିକ
ଆଇ.ଟି.ଆଇ. କଲେଜ୍ ରେ ବୈଷୟିକ ଶିକ୍ଷା ପାଠ୍ୟକ୍ରମ ପାଇଁ ପରାମର୍ଶ ଶିବିର ଅନୁଷ୍ଟିତ।


ଆଇ.ଟି.ଆଇ. କଲେଜ୍ ରେ ବୈଷୟିକ ଶିକ୍ଷା ପାଠ୍ୟକ୍ରମ ପାଇଁ ପରାମର୍ଶ ଶିବିର ଅନୁଷ୍ଟିତ।


ବଲାଙ୍ଗିର, ୫ ଜୁନ୍ (ହି.ସ.)- ବଲାଙ୍ଗୀର ଜିଲ୍ଲାରେ ଅବସ୍ଥିତ ଥିବା ଆଇ.ଟି.ଆଇ. କଲେଜ୍ ରେ ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟ ତରଫରୁ ବୈଷୟିକ ଶିକ୍ଷା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ପରାମର୍ଶ ଶିବିରରେ ଜିଲ୍ଲା ଆଇନ ପରିବିକ୍ଷକ ଅଧିକାରୀ ଦିଗମ୍ବର କର ସ୍ୱାଗତ ଭାଷଣ ଦେଇଥିଲେ ଓ ବୈଷୟିକ ଶିକ୍ଷା ଉପରେ ନିଜର ମତାମତ ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିକ୍ରମ ପଣ୍ଡା କହିଲେ, ମେଟ୍ରିକ୍ ଓ ଦ୍ୱାଦଶରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର, ଛାତ୍ରୀମାନେ ବୈଷୟିକ ପାଠ୍ୟକ୍ରମକୁ ବୁଝିବା, ପଢ଼ିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଆଇ ଟି ଆଇ କଲେଜ୍ ର ତାଲିମଦାତା ଭାବେ ଭାବେ ଦୟାନିଧି ବାଗ ତାଲିମ୍ ଓ ପରାମର୍ଶ ପ୍ରଦାନ କରିଥିଲେ। ଆଇ ଟି ଆଇ କଲେଜ୍ ର ଅଧ୍ୟକ୍ଷ ସାମ ଓରାମ ବିଭିନ୍ନ ଟ୍ରେଡ ର ବିଭାଗର ପାଠ୍ୟକ୍ରମ ସହିତ ନିଯୁକ୍ତି ବିଷୟରେ ଓ କ୍ୟାମ୍ପସ ର ଗ୍ୟାରେଣ୍ଟି ଉପରେ ନିଜର ବକ୍ତବ୍ୟ ଉପସ୍ଥାପନା କରିଥିଲେ। କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ପିତୃ, ମାତୃ ହିନ ଶିଶୁ ମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗୀର ତରଫରୁ ଦିଆଯାଉଥିବା ଯୋଜନାକୁ ସଫଳ କରିବାକୁ ବୈଷୟିକ ପାଠ୍ୟକ୍ରମ ଏକ ବିକଳ୍ପ ଭାବେ ଭବିଷ୍ୟତ ବୋଲି ମତାମତ ପ୍ରଦାନ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଅବସ୍ଥାପିତ ଥିବା ଅରୁଣାର ଜିଲ୍ଲା ପରାମର୍ଶଦାତା ଭାବେ ପ୍ରମୋଦ ବଗର୍ତ୍ତୀ କହିଲେ, ଏକା ସାଙ୍ଗରେ ଦ୍ୱାଦଶ ଓ ଆଇ ଟି ଆଇ ରେ ପାଠ ପଢ଼ିବା, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏକ ବଡ଼ ପଦକ୍ଷେପ ବୋଲି ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଆଇ ଟି ଆଇ ର ରାଜୀବ ଲୋଚନ ପଣ୍ଡା, ଜିତେନ୍ଦ୍ର ସୁନା, ଭୁବନ ମହାନ୍ତି, ଦୀପିକ ଦାସ ମଧ୍ୟ ଉପସ୍ଥିତ ରହି ଆବଶ୍ୟକୀୟ କାଗଜ ଉପରେ ଓ କାଳିଆ ଯୋଜନା, ଲେବର କାର୍ଡ ଉପରେ ଜଣାଇଥିଲେ l କାର୍ଯ୍ୟକ୍ରମରେ ଅଣ ଆନୁଷ୍ଠାନିକ ଅଧିକାରୀ ସୁଧାଂଶୁ ଶେଖର କୁମ୍ଭାର ଆଶୀର୍ବାଦ, ଗ୍ରୀନ ପ୍ୟାସେଜ, ଯଶୋଦା ଯୋଜନା, ସି ଆଇ ସି ଏଲ ସମ୍ପର୍କରେ ଅବଗତ କରାଇଥିଲେ l

। କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ହରିବନ୍ଧୁ ରାଉତ୍, ଗଣେଶ କୁମ୍ଭାର ସକ୍ରିୟ ଅଂଶଗ୍ରହଣ କରିଥିଲେ। ୭୦ ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l ପରିଶେଷରେ ପ୍ରମୋଦ ବଗର୍ତ୍ତୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande