
ବଲାଙ୍ଗୀର, ୦୫ ଜୁନ୍(ହି.ସ.) – ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଳକ ସିରୋଲ ଗ୍ରାମପଂଚାୟତ କାର୍ଯ୍ୟାଳୟ ଠାରେ ଅସ୍ଥାୟୀ ରବି ଧାନ ମଣ୍ଡିର ଶୁଭ ଉଦଘାଟନ କରାଯାଇଥିଲା। ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ, ସମ୍ମାନୀତ ଅତିଥି ସିରୋଲ ସରପଂଚ ଶ୍ରୀମତୀ ଲୋଚନା ବଗର୍ତୀ, ସେକ୍ସ୍ ସଭାପତି ଶ୍ରୀଯୁକ୍ତ ଧନଞ୍ଜୟ ମହାନନ୍ଦ, ଆଲୋକ ବେହେରା, ପେକ୍ସ ସଭ୍ୟ ଶ୍ରୀପତି ବଗର୍ତୀ, ସରପଂଚ ପ୍ରତିନିଧି ଲମ୍ବୋଦର ବଗର୍ତୀ, ଜହର ପ୍ରଧାନୀ, ତପି ସିଂ ପ୍ରଧାନୀ, ପେକ୍ସ ସମ୍ପାଦକ ସତ୍ୟନାରାୟଣ ନାଗ, ପିଅନ ରୀନା ସାହୁ, ନବୀନ ହାତୀ ସହିତ ଶତାଧିକ ଚାଷୀ ଉପସ୍ଥିତ ହୋଇ ସମସ୍ତ ଉଦଘାଟନୀ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ। ଚଳିତ ରବି ଋତୁ ପାଇଁ ସିରୋଳ ଗ୍ରାମପଂଚାୟତ କାର୍ଯ୍ୟାଳୟ ଠାରେ ଅସ୍ଥାୟୀ ଧାନ ମଣ୍ଡି ହୋଇଥିବା ହେତୁ ସ୍ଥାନୀୟ ଚାଷୀଙ୍କ ମନରେ ଖୁସି ର ଲହରୀ ଖେଲି ଉଠିଛି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ