
ବଲାଙ୍ଗୀର, ୦୫ ଜୁନ୍(ହି.ସ.) – ବଲାଙ୍ଗୀର ବନଖଣ୍ଡ ମୁରିବାହାଲ ରେଞ୍ଜ ଅଧୀନସ୍ଥ ତେନ୍ତୁଳିଖୁଂଟି ତିଖାରୀ ସଂରକ୍ଷିତ ଜଙ୍ଗଲ ପରିସରରେ ଆଜି “ବିଶ୍ୱ ପରିବେଶ ଦିବସ” ବେଶ୍ ଧୂମଧାମରେ ପାଳିତ ହୋଇଯାଇଛି। ତେନ୍ତୁଳିଖୁଂଟି ବନ ସଂରକ୍ଷଣ ସମିତି(ଠଝଝ) ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ସୁରକ୍ଷା ଓ ପରିବେଶର ସନ୍ତୁଳନ ରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହି ସମାରୋହରେ ମୁରିବାହାଲ ବନ ବିଭାଗ ପକ୍ଷରୁ ଫରେଷ୍ଟର ଶ୍ରୀ ଧ୍ରୁବଚରଣ ବଗର୍ତୀଙ୍କ ସମେତ ଫରେଷ୍ଟ ଗାର୍ଡ ଶ୍ରୀ ଅଜିତ ବେହେରା, ଧରିତ୍ରୀ ବାରିକ, ନିଲୁ ବରିହା ଏବଂ ଆଇପିସିଏ ସ୍କ୍ୱାଡ୍(ଓକ୍ଟ୍ରମରବ ଝକ୍ତଙ୍କବୟ)ର ସଦସ୍ୟମାନେ ଯୋଗଦେଇ ସ୍ଥାନୀୟ ଅଂଚଳରେ ସବୁଜିମା ବୃଦ୍ଧି ଏବଂ ବନ୍ୟପ୍ରାଣୀ ସୁରକ୍ଷା ଦିଗରେ ଗ୍ରାମବାସୀଙ୍କ ସହଯୋଗ କାମନା କରିଥିଲେ। ଏଥିସହିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପରିବେଶବିତ୍ମାନେ ଉପସ୍ଥିତ ରହି ଜଙ୍ଗଲ ନଷ୍ଟ ନକରିବା ଏବଂ ବ୍ୟାପକ ବୃକ୍ଷରୋପଣ କରିବା ପାଇଁ ସମସ୍ତଙ୍କୁ ସଚେତନ କରାଇଥିଲେ। ଏହି ଅବସରରେ ତେନ୍ତୁଳିଖୁଂଟି ଗ୍ରାମର ବହୁ ସଂଖ୍ୟାରେ ଗ୍ରାମବାସୀ ସାମିଲ ହୋଇ ଜଙ୍ଗଲର ସୁରକ୍ଷା ପାଇଁ ସଂକଳ୍ପ ନେବା ସହ କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ