ଫୁଲବାଣୀ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ବିଶ୍ୱ ପରିବେଶ ଦିବସରେ ପ୍ରକଳ୍ପ ପ୍ରଦର୍ଶନୀ ଆୟୋଜିତ
World environment Day Celebration in Phulbani ITI
ଫୋଟ


କନ୍ଧମାଳ, ୫ ଜୁନ୍ (ହି.ସ.)-

ସରକାରୀ ଆଇଟିଆଇ ଫୁଲବାଣୀରେ ଆଜି ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପ୍ରକଳ୍ପ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ବିଭିନ୍ନ ବିଭାଗର ପ୍ରଶିକ୍ଷକ ମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ୧୮ଟି ଦଳ ଦ୍ୱାରା ନବୀନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦକ୍ଷତା ଓ ନିୟୋଜନ ଅଧିକାରୀ ପୁରୁଷୋତ୍ତମ ମହାପାତ୍ର, ଇଂଟରନାଲ ମେମ୍ବର କମିଟିର ସଭାପତି ନୀଳମାଧବ ମିଶ୍ର ଓ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହି ପ୍ରଶିକ୍ଷୁମାନଙ୍କୁ ପ୍ରଶଂସା କରି ମୂଲ୍ୟବାନ ମତାମତ ଦେଇଥିଲେ। ଆଗକୁ କିପରି ଛାତ୍ର ଛାତ୍ରୀମାନେ ବିଭିନ୍ନ ପ୍ରକାର ପ୍ରକଳ୍ପ କରି ଦେଶ ବିଦେଶରେ କିପରି ସୁନାମ ଆଣିବେ, କନ୍ଧମାଳର ଗର୍ବ ଏବଂ ଗୌରବ ଅର୍ଜନ କରିବେ ଏହା ଉପରେ ବିସ୍ତୃତ ଆଲୋଚନା କରିଥିଲେ ।

ଏହି ଅବସରରେ ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ଇଂ. ପ୍ରକାଶ ରଞ୍ଜନ ସୋରେନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ନିଜ ବକ୍ତବ୍ୟରେ କହିଲେ, କନ୍ଧମାଳ ଛାତ୍ର ଛାତ୍ରୀ ମାନେ ଆଗକୁ କିପରି ଉନ୍ନତି କରିବେ ଅହରହ ଉଦ୍ୟମ ଜାରି ରହିଛି । ଏହି ଅବସରରେ ଦାୟିତ୍ଵରେ ଥିବା ତାଲିମ ଅଧିକାରୀ ନୃସିଂହା ନନ୍ଦ ମହାପାତ୍ର ଓ ତାଲିମ ଅଧିକାରୀ ରଶ୍ମି ରଞ୍ଜନ ବିଶ୍ୱାଳ ଏବଂ ଅନ୍ୟାନ୍ୟ ସହ ତାଲିମ ଅଧିକାରୀମାନେ ଉପସ୍ଥିତ ରହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିଲେ। ଏବଂ ସର୍ବ ଶେଷରେ ନୃସିଂହା ନନ୍ଦ ମହାପାତ୍ର ବେଦ ମନ୍ତ୍ର ଉଚ୍ଚାରଣ କରି ଏହି କାର୍ଯ୍ୟକ୍ରମକୁ ଉଦଯାପନ କରିଥିଲେ l ଏହି କାର୍ଯ୍ୟକ୍ରମଟିକୁ ଟାଟା ଷ୍ଟ୍ରାଇଭ୍ ର କର୍ମଚାରୀ ସ୍ମୃତି ରଞ୍ଜନ ଦାସ ଏବଂ ଶ୍ରୀମତୀ ଲକି ରାଣୀ ବେହୁରିଆ ପରିଚାଳନା କରିଥିଲେ ଏବଂ ସମସ୍ତ ସହ ତାଲିମ ପ୍ରାପ୍ତ ଅଧିକାରୀ ମାନେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande