

ସଂକଳ୍ପ ନେଲେ ପରିବେଶ ସୁରକ୍ଷିତ ରଖିବେ
ବଲାଙ୍ଗୀର, ୦୫ ଜୁନ୍(ହି.ସ.) – ଗାନ୍ଧୀ ଭବନ ଠାରେ ବଲାଙ୍ଗିର ର ଯୁବ ପିଢିମାନଙ୍କୁ ନେଇ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ବିଶ୍ୱ ପରିବେଶ ଦିବସ ଅଭିନୟ ଢଙ୍ଗରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷା ଲିକା ସାହୁ ସଭାକୁ ଉଦ୍ଘାଟିତ କରିଥିଲେ। ବିଭିନ୍ନ ଜଳାଶୟ, ପଲିଥିନ ମୁକ୍ତ ସହର, ବୃକ୍ଷରୋପଣ, ସହରର ସୌନ୍ଦର୍ଯ୍ୟକରଣ ଆଗାମୀ ଦିନରେ ଏକ ସ୍ୱଚ୍ଛ ବଲାଙ୍ଗିର ଭାବେ ନିର୍ମାଣ ପାଇଁ ଛାତ୍ର ଛାତ୍ରୀଙ୍କ ଗହଣରେ ପ୍ରତିଶୃତି ଦେଇଥିଲେ। ସଭାକୁ ପରିଚାଳନା କରିଥିଲେ ଅର୍ଜୁନ କୁମାର ସାହୁ। ବିଭିନ୍ନ ପରିବେଶ ଉପରେ କବିତା ଓ ଗୀତ ଗାଇ ଛାତ୍ର ଛାତ୍ରୀଙ୍କୁ ମନ ମୋହିଥିଲେ। ସଭାକୁ ସଭାପତିତ୍ୱ କରିଥିଲେ ପ୍ରଶାନ୍ତ ମହାକୁର ଏହା ଉଦ୍ଦେଶ୍ୟରେ ଜଙ୍ଗଲ ଧ୍ୱଂସ ହେବା, ଜଙ୍ଗଲରେ ନିଆଁ ଲାଗିବା, ରାସ୍ତା କଡରେ ବେଧଡକ ଗଛ କାଟିବା, ବଲାଙ୍ଗୀର ସହର ସର୍ବ ଉତପ୍ତ ସହର ହୋଇଥିବାରୁ ଆଗାମୀ ଦିନରେ ମରୁଭୂମି ନ ପାଲଟିଯାଉ ତାହା ଛାତ୍ର ଛାତ୍ରୀଙ୍କୁ ସଚେତନତା କରିଥିଲେ। ଏହି ଅବସରରେ ଜିବଜନ୍ତୁ, ପଶୁପକ୍ଷୀ ସୁରକ୍ଷିତ ରହିଲେ ପରିବେଶ ସୁରକ୍ଷିତ ରହିବ। ଏହି ଉଦ୍ଦେଶ୍ୟରେ ବିଭିନ୍ନ ଜିବଜନ୍ତୁର ମୁଖାକୁ ନେଇ ସଚେତନତା କରାଯାଇଥିଲା। ଆଗାମୀ ଦିନରେ ପରିବେଶ ଯଦି ସୁରକ୍ଷିତ ନ ରହିବ ଏମିତି ମୁଖାପରି ପଶୁପକ୍ଷୀ ଧ୍ୱଂସ ହୋଇଯିବେ। ଏଥିରେ ରତନ କୁମାର ମହାରଣା, ଜୟକୃଷ୍ଣ ମିଶ୍ର, ରିଂଟୁ ସାହୁ, ଆନନ୍ଦ ମିଶ୍ର, ସଂଜୟ ସାମଲ, ଶମ୍ଭୁ ଶତପଥି ସମେତ ଗାନ୍ଧୀଭବନର ଛାତ୍ର ଛାତ୍ରୀମାନେ ଏକ ସଂକଳ୍ପ ନେଇ ପରିବେଶ କୁ ସୁରକ୍ଷା ଦେବା ଓ ପଲିଥିନମୁକ୍ତ ସହର କରିବା ପାଇଁ ସଂକଳ୍ପ ନେଇଥିଲେ। ବିଭୁ କଲ୍ୟାଣ ଗଡତ୍ୟା ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ