
ଜୟପୁର, ୫ ଜୁନ୍ (ହି.ସ.)-
କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବନ ବିଭାଗ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଛି। ଏହି ପରିପ୍ରେକ୍ଷୀରେ ବୈପାରିଗୁଡ଼ା ବନାଞ୍ଚଳ ଅଧୀନରେ ଥିବା ବିରଖମ୍ବ ପୀଠର ବଣଭୋଜି ସ୍ଥାନରେ ପଡ଼ିଥିବା ଅଳିଆ ଆବର୍ଜ୍ଜନା ଗୁଡ଼ିକ ସଫେଇ କରିବା ସହ କେନ୍ଦୂପଡ଼ା ରାସ୍ତା କଡ଼ରେ ଖାଲିପଡ଼ିଥିବା ସରକାରୀ ଯାଗାରେ ବିଭିନ୍ନ ପ୍ରକାର ଫଳ ଓ ଫୁଲ ବୃକ୍ଷ ରୋପଣ କରିଥିଲେ। ବୈପାରିଗୁଡ଼ା ବନାଞ୍ଚଳ ଅଧିକାରୀ ସନ୍ଦୀପ ପାଣିଗ୍ରାହୀଙ୍କ ତତ୍ତ୍ଵାବଧନରେ ଆୟୋଜିତ ହୋଇଥିବା ଆଜିର ଏହି ବିଶ୍ଵ ପରିବେଶ ଦିବସ ପାଳିତ କାର୍ଯ୍ୟକ୍ରମରେ ବୈପାରିଗୁଡ଼ା ଥାନା ଅଧିକାରୀ ଡମ୍ବରୁଧର ବାତ୍ରୀଆ, ପୋଲିସ କର୍ମଚାରୀ, ବୈପାରିଗୁଡ଼ା ସେକ୍ସନର ବନପାଳ ଲଳିତା ହରିଜନ, ବନରକ୍ଷୀ ମନୋରମା ଦେବୀ, ଦଶମନ୍ତପୁର ସେକ୍ସନର ବନରକ୍ଷୀ ରମେଶ ପାଣ୍ଡି, ଶୁଭେନ୍ଦୁ ସାହୁ, ଶିବାଶିଷ ରାଉତଙ୍କ ସମେତ ପାରାସ୍କ୍ୱାର୍ଡ କର୍ମଚାରୀ ଉପସ୍ଥିତ ରହିଥିଲେ ।
ସେହିପରି ବୈପାରିଗୁଡ଼ା ବ୍ଲକର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି