
ବଲାଙ୍ଗୀର, ୦୫ ଜୁନ୍(ହି.ସ.) – ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଅବସରପ୍ରାପ୍ତ ବନ କର୍ମଚାରୀ ସଂଘ ତରଫରୁ ସଭାପତି ବିଜୟ କୁମାର ଖୁଂଟିଆଙ୍କ ଅଧ୍ୟକ୍ଷତାରେ ତଣ୍ଡାମୁଣ୍ଡା ଗ୍ରାମରେ ଏକ ସଚେତନ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଜଙ୍ଗଳ ସୁରକ୍ଷା, ଜଳବାୟୁ ପରିବର୍ତନ ଓ ତତ୍ ସମ୍ପନ୍ଧିୟ ସମସ୍ୟା ଏବଂ ତାର ସମାଧାନ ଉପରେ ଆଲୋଚନା ହୋଇଥିଲା। ଗ୍ରାମବାସୀ ମାନଙ୍କ ସହଯୋଗ ବିନା ଜଙ୍ଗଳ ସୁରକ୍ଷା ସମ୍ଭବ ନୁହେଁ ବୋଲି ବକ୍ତାମାନେ ମତ ଦେଇଥିଲେ। ଏ ଦିଗରେ ଜଙ୍ଗଳକର୍ମଚାରୀମାନଙ୍କୁ ନିଶ୍ଚିତ ସାହାଯ୍ୟ ସହଯୋଗ କରିବେ ବୋଲି ଉପସ୍ଥିତ ଗ୍ରାମବସୀମାନେ ସମ୍ମତି ଦେଇଥିଲେ। ଏହି ସଭାରେ ଗ୍ରାମର ବିରଂଚି ସାହୁଙ୍କ ସମେତ ପ୍ରାୟ ପଚାଶ ଜଣ ବ୍ୟକ୍ତି ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ବନ କର୍ମଚାରୀ ରଘୁନାଥ ପାଢି, ହୃଦରଞ୍ଜନ ତ୍ରିପାଠୀ,ରସରାଜ ସା, ବାସୁଦେବ ନାଥ ଉପସ୍ଥିତ ଥିଲେ ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ