
ଭୁବନେଶ୍ୱର, 05 ଜୁନ୍ (ହି.ସ.)- କେନ୍ଦୁଝର
ଜିଲ୍ଲା ବିଜେପିର ପୂର୍ବତନ ସଭାପତି ବିଭୂତି ଭୂଷଣ ପ୍ରଧାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ
ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି ।
ଏନେଇ ସୋସିଆଲ ମିଡିଆ
ଏକ୍ସରେ ଏକ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦୁଝର ଜିଲ୍ଲା ବିଜେପିର
ପୂର୍ବତନ ସଭାପତି, ବରିଷ୍ଠ ଅଧିବକ୍ତା
ତଥା ସୁସଂଗଠକ ବିଭୂତି ଭୂଷଣ ପ୍ରଧାନଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ
ମର୍ମାହତ।
ଜଣେ ମେଳାପି,
ନିର୍ଭୀକ ଓ ଜନହିତୈଷୀ ବ୍ୟକ୍ତିତ୍ୱ ଭାବେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା। କେନ୍ଦୁଝର ଜିଲ୍ଲା
ବିଜେପି ସଭାପତି ଭାବେ ସେ ନିଷ୍ଠାର ସହ ଦାୟିତ୍ୱ ତୁଲାଇ ସଂଗଠନକୁ ସୁଦୃଢ଼ କରିବାରେ ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ,
ତାହା ସବୁବେଳେ ସ୍ମରଣୀୟ ହୋଇ ରହିବ। କର୍ମୀମାନଙ୍କ
ପ୍ରତି ତାଙ୍କର ଆତ୍ମୀୟତା ତାଙ୍କୁ ସମସ୍ତଙ୍କ ନିକଟତର କରିପାରିଥିଲା।
ତାଙ୍କ ବିୟୋଗ ରାଜ୍ୟ
ରାଜନୀତି ଓ ଆଇନଜୀବୀ ମହଲ ପାଇଁ ଏକ ଅପୂରଣୀୟ କ୍ଷତି। ଏହି ଦୁଖଃଦ ସମୟରେ ଶୋକସନ୍ତପ୍ତ
ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର
ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା