
ଭୁବନେଶ୍ୱର, 05 ଜୁନ୍ (ହି.ସ.)- ବିଶ୍ୱ ପରିବେଶ
ଦିବସରେ ପରିବେଶ ସୁରକ୍ଷା ନେଇ ସଚେତନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାର ସଂସ୍କୃତି ଓ ପାରମ୍ପରିକତା
ଦୀର୍ଘଦିନ ଧରି ମଣିଷ ଓ ପ୍ରକୃତିଙ୍କ ମଧ୍ୟରେ ଗଭୀର ସମ୍ପର୍କକୁ ଉତ୍ସବମୁଖର ଭାବେ ପାଳନ
କରିଆସିଛି।
ବିଶ୍ୱ ପରିବେଶ ଦିବସରେ,
ଆସନ୍ତୁ ଏହି ଚିରନ୍ତନ ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼
କରିବା ସହିତ ଆମ ଜଙ୍ଗଲ, ନଦୀ,
ବନ୍ୟଜନ୍ତୁ ଓ ସମୁଦ୍ରତଟକୁ ସୁରକ୍ଷା କରିବା ପାଇଁ ସମସ୍ତେ
କାମ କରିବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା