
ଭୁବନେଶ୍ୱର, 05 ଜୁନ୍ (ହି.ସ.)- ବିଶ୍ୱ ପରିବେଶ
ଦିବସରେ ସଚେତନତା ବାର୍ତ୍ତା ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ସୁସ୍ଥ
ପରିବେଶ ହେଉଛି ସମୃଦ୍ଧ ଭବିଷ୍ୟତର ଭିତ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି
ଯେ, ବିଶ୍ୱ ପରିବେଶ ଦିବସରେ,
ଆସନ୍ତୁ ଆମେ ସମସ୍ତେ ସୁସ୍ଥ ଜୀବନଶୈଳୀ,
ପ୍ରାକୃତିକ ସମ୍ପଦର ଦାୟିତ୍ୱପୂର୍ଣ୍ଣ ସୁରକ୍ଷା ଓ ଆଗାମୀ ପିଢ଼ୀ ପାଇଁ ଏକ
ସବୁଜ ଏବଂ ସୁନ୍ଦର ପୃଥିବୀ ଗଢ଼ି ତୋଳିବା ପ୍ରତି ଆମ ସାମୂହିକ ସଙ୍କଳ୍ପକୁ ଦୋହରାଇବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା