‘ଗୋଟିଏ ବୃକ୍ଷ ମାଆଙ୍କ ନାମରେ’ ଅଭିଯାନରେ ନିଜ ବାସଭବନରେ ବୃକ୍ଷରୋପଣ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 05 ଜୁନ୍ (ହି.ସ.)- ଗୋଟିଏ ବୃକ୍ଷ ମାଆଙ୍କ ନାମରେ’ ଅଭିଯାନରେ ନିଜ ବାସଭବନରେ ବୃକ୍ଷରୋପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତାରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ
‘ଗୋଟିଏ ବୃକ୍ଷ ମାଆଙ୍କ     ନାମରେ’ ଅଭିଯାନରେ ନିଜ ବାସଭବନରେ ବୃକ୍ଷରୋପଣ କଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 05 ଜୁନ୍ (ହି.ସ.)- ଗୋଟିଏ ବୃକ୍ଷ

ମାଆଙ୍କ ନାମରେ’ ଅଭିଯାନରେ ନିଜ ବାସଭବନରେ ବୃକ୍ଷରୋପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ

ଧର୍ମେନ୍ଦ୍ର ପ୍ରଧାନ ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ଏକ ବାର୍ତ୍ତାରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନରେ ଆରମ୍ଭ ହୋଇଥିବା ‘ଗୋଟିଏ ବୃକ୍ଷ ମାଆଙ୍କ ନାମରେ’ ଅଭିଯାନ ଆଜି ଜନଆନ୍ଦୋଳନର ରୂପ ଧାରଣ କରି ପରିବେଶ ସୁରକ୍ଷା ଓ ଭାବନାତ୍ମକ ସମ୍ପର୍କର ଏକ

ପ୍ରେରଣାଦାୟକ ପ୍ରତୀକ ହୋଇଯାଇଛି।

ଏହି ପ୍ରେରଣାରେ ଆଜି ନିଜ ବାସଭବନରେ

ମୋର ମାଆଙ୍କ ସହ ତାଙ୍କ ସମ୍ମାନରେ ଗୋଟିଏ ଗଛ ରୋପଣ କରିଲି। ଏହି ମୁହୂର୍ତ୍ତ କେବଳ ବୃକ୍ଷାରୋପଣ

ନୁହେଁ, ମାଆ ପ୍ରତି କୃତଜ୍ଞତା ଓ

ପ୍ରକୃତି ପ୍ରତି ଆମର ସାମୂହିକ ଦାୟିତ୍ୱର ଏକ ସୁନ୍ଦର ସଙ୍ଗମ ଅଟେ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି

ଯେ,ଆମେ ସମସ୍ତେ ଏହି

ପବିତ୍ର ଅଭିଯାନରେ ସାମିଲ ହୋଇ ମାଆଙ୍କ ନାମରେ ଅନ୍ୟୁନ ଗୋଟିଏ ଗଛ ନିଶ୍ଚିତ ଭାବେ ରୋପଣ କରିବା

ଓ ଧରିତ୍ରୀ ମାଆଙ୍କୁ ସମୃଦ୍ଧ କରିବାରେ ନିଜ ଅବଦାନ ରଖିବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande