ସଂଘର ଦ୍ୱିତୀୟ ସରସଂଘଚାଳକ ପରମ ପୂଜ୍ୟ ମାଧବ ସଦାଶିବ ଗୋଲୱାଲକରଙ୍କ ସ୍ମରଣ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 05 ଜୁନ୍ (ହି.ସ.)- ସଂଘର ଦ୍ୱିତୀୟ ସରସଂଘଚାଳକ ପରମ ପୂଜ୍ୟ ମାଧବ ସଦାଶିବ ଗୋଲୱାଲକରଙ୍କ ସ୍ମରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ରାଷ୍ଟ୍ରଜୀବନ
ସଂଘର ଦ୍ୱିତୀୟ ସରସଂଘଚାଳକ     ପରମ ପୂଜ୍ୟ ମାଧବ ସଦାଶିବ ଗୋଲୱାଲକରଙ୍କ ସ୍ମରଣ କଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 05 ଜୁନ୍ (ହି.ସ.)- ସଂଘର ଦ୍ୱିତୀୟ

ସରସଂଘଚାଳକ ପରମ ପୂଜ୍ୟ ମାଧବ ସଦାଶିବ ଗୋଲୱାଲକରଙ୍କ ସ୍ମରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ

ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ରାଷ୍ଟ୍ରଜୀବନକୁ ସାଂସ୍କୃତିକ ଚେତନା,

ସଂଗଠନ ଶକ୍ତି ଓ ଆତ୍ମଗୌରବର ପଥ ପ୍ରଦର୍ଶନ କରିଥିବା

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଦ୍ୱିତୀୟ ସରସଂଘଚାଳକ ପରମ ପୂଜ୍ୟ ମାଧବରାଓ ସଦାଶିବରାଓ ଗୋଲୱାଲକର ‘ଗୁରୁଜୀ’ଙ୍କୁ ତାଙ୍କ

ପୁଣ୍ୟତିଥିରେ କୋଟି-କୋଟି ପ୍ରଣାମ ଜଣାଉଛି।

ପୂଜ୍ୟ ଗୁରୁଜୀ ରାଷ୍ଟ୍ରକୁ

ଆତ୍ମବୋଧ, ସାଂସ୍କୃତିକ ସ୍ୱାଭିମାନ ଓ ସଂଗଠନର ଏମିତି ଚେତନା ପ୍ରଦାନ

କରିଥିଲେ, ଯାହା ଆଜି ମଧ୍ୟ

ରାଷ୍ଟ୍ର ନିର୍ମାଣର ପଥକୁ ଆଲୋକିତ କରୁଛି। ତାଙ୍କର ତପସ୍ୱୀ ଜୀବନ, ଦୂରଦର୍ଶୀ ଚିନ୍ତନ ଓ ମାତୃଭୂମି ପ୍ରତି ଅତୁଟ ସମର୍ପଣ ଆମ ସମସ୍ତଙ୍କ ପାଇଁ ପ୍ରେରଣାର

ଅକ୍ଷୟ ସ୍ରୋତ ଅଟେ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande