
ଭୁବନେଶ୍ୱର, 05 ଜୁନ୍ (ହି.ସ.)- ଉତ୍ତର ପ୍ରଦେଶ
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଡ.ହରିବାବୁ
କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ
ଶ୍ରୀ ଯୋଗୀ ଆଦିତ୍ୟନାଥଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା।
ଆପଣ ଦେଶ ଓ ଜନସାଧାରଣଙ୍କ
ପାଇଁ ଯେପରି ନିଷ୍ଠାଭାବରେ ସେବା କରୁଛନ୍ତି, ସେହି ପଥରେ ଆଗକୁ ବଢ଼ିବା ପାଇଁ ଭଗବାନ୍ ଆପଣଙ୍କୁ ସୁସ୍ଥ ସ୍ୱାସ୍ଥ୍ୟ, ଜ୍ଞାନ ଓ ଶକ୍ତି ପ୍ରଦାନ କରନ୍ତୁ। ଆପଣଙ୍କୁ ଏକ ସୁଖମୟ ଓ ସାର୍ଥକ ବର୍ଷର ଅଭିନନ୍ଦନ ଓ
ଶୁଭେଚ୍ଛା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା