
ଜୟପୁର, ୫ ଜୁନ୍ (ହି.ସ.)- ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଏବଂ ବିଭାଗୀୟ ବନ ଅଧିକାରୀ, ଜୟପୁର ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜୟପୁର ମିଳିତ ଆନୁକୂଲ୍ୟରେ ପ୍ରଦୀପ କୁମାର ମହନ୍ତ ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁରଙ୍କ ତତ୍ଵାବଧାନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜୟପୁର ପରିସରରେ ବିଶ୍ବ ପରିବେଶ ଦିବସ ଅବସରରେ ବିଭିନ୍ନ ପ୍ରକାର ବୃକ୍ଷରୋପଣ କରାଯାଇଥିଲା। ତା' ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହ ଠାରେ ସଚେତନତା ଶିବିର କରାଯାଇଥିଲା। ଏହାର ମୁଖ୍ୟ ବିଷୟ ଥିଲା ବନ୍ୟ ପ୍ରାଣୀ ସୁରକ୍ଷା ଆଇନ ଏବଂ ପରିବେଶ ସୁରକ୍ଷା ଆଇନ ଉପରେ ଆଇନଗତ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିଙ୍କ ମଧ୍ୟରେ ଶ୍ରୀମତୀ ଅଲୋକାନନ୍ଦ ମହାନ୍ତି ସିଭିଲ ଜଜ୍ ସିନିୟର ଡିଭିଜନ ତଥା ମହିଳା କୋର୍ଟ ବିଚାରପତି ତଥା ଭାରପ୍ରାପ୍ତ ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର, ହରମୋହନ ଦାଶ, ପ୍ରଥମ ଶ୍ରେଣୀ ବିଚାରବିଭାଗିୟ ଦଣ୍ଡାଧିକାରୀ, ଜୟପୁର, ପ୍ରଶାନ୍ତ ପଟେଲ, ଜିଲ୍ଲା ବନ ବିଭାଗିୟ ଅଧିକାରୀ, ଜୟପୁର ଡ. ଅମିତ ପ୍ରକାଶ ନାୟକ ସହକାରୀ ବନ ଅଧିକାରୀ ଜୟପୁର, ଡ. ଅକ୍ଷୟ କୁମାର ରଥ ଜିଲ୍ଲା ଚିକିତ୍ସା ଅଧିକାରୀ ତଥା ଅଧୀକ୍ଷକ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ଜୟପୁର, ଡ. ଦୁର୍ଗା ପ୍ରସାଦ ପାତ୍ର, ଶ୍ରୀମତୀ ରୂପଶ୍ରୀ ମଧୁସ୍ମିତା ନାୟକ, ତଥାଗତ ଦାଶ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଚାଳକ ଏବଂ ଡାକ୍ତରଖାନା କର୍ମଚାରୀ ବୃନ୍ଦ, ସହିତ ପ୍ରମୋଦ କୁମାର ଦାଶ ଚିଫ ଲିଗାଲ ଡିଫେନ୍ସ କାଉନସିଲର, ହିରଶ ଚନ୍ଦ୍ର ମୁଦୁଲି ଡେପୁଟି ଲିଗାଲ ଡିଫେନ୍ସ କାଉନସିଲ, ଉଦିତ ନାରାୟଣ ପ୍ରାଧାନ ଆସିଷ୍ଟାଣ୍ଟ ଲିଗାଲ ଡିଫେନ୍ସ କାଉନସେଲର, ବି.କେ.ଆର. ଜେନା ଦେଓ ସଭାପତି ଓକିଲ ବାର ଆସସେସନ, ଜୟପୁର ସହଦେବ ପଟ୍ଟନାୟକ, ସେକ୍ରେଟାରୀ ଓକିଲ ବାର ଆସସେସନ ଜୟପୁର, ଦେବେନ୍ଦ୍ର ମାଝି, ଡେପୁଟି ରେଞ୍ଜ ଫରେଷ୍ଟ ଅଫିସର ଏବଂ ସହକାରୀ ବନ ସଂରକ୍ଷକ ଉପଖଣ଼୍ଡ ବନ ବିଭାଗୀୟ ଜୟପୁର କର୍ମକର୍ତ୍ତା, ଜୟପୁର ଜିଲ୍ଲା ଆଇନସେବା ପ୍ରାଧିକରଣ, କର୍ମକର୍ତ୍ତା ଏବଂ ବିକ୍ରମଦେବ ୟୁନିଭରସିଟି ଛାତ୍ରଛାତ୍ରୀ, ପାରା ଲିଗାଲ ସ୍ଵେଛାସେବୀ ସମନାଥ ମହାନ୍ତି, ଆଇନ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ଏଥିରେ ବାୟୁ ପ୍ରଦୂଷଣ, ଅଧିକ ମାତ୍ରା ପ୍ଲାଷ୍ଟିକ ବ୍ୟବହାର ଅତ୍ୟଧିକ ଜନସଂଖ୍ୟା, ବିଶ୍ୱ ଉଷ୍ଣତା, ସ୍ଥାୟୀ ବିକାଶ ଏବଂ ବନ୍ୟପ୍ରାଣୀ ଅପରାଧ ଭଳି ପରିବେଶଗତ ସମସ୍ୟା ଉପରେ ସଚେତନତା କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି