ସୁରକ୍ଷିତ ପରିବେଶ ହିଁ ସୁରକ୍ଷିତ ଭବିଷ୍ୟତର ଆଧାର- ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 05 ଜୁନ୍ (ହି.ସ.)- ଆଜି ବିଶ୍ୱ ପରିବେଶ ଦିବସ । ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ସୁରକ୍ଷିତ ପରିବେଶ ହିଁ ସୁରକ୍ଷିତ ଭବିଷ୍ୟତର ଆଧାର ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ
ବିଶ୍ୱ ପରିବେଶ ଦିବସ


ଭୁବନେଶ୍ୱର, 05 ଜୁନ୍ (ହି.ସ.)- ଆଜି ବିଶ୍ୱ

ପରିବେଶ ଦିବସ । ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ସୁରକ୍ଷିତ ପରିବେଶ ହିଁ

ସୁରକ୍ଷିତ ଭବିଷ୍ୟତର ଆଧାର ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ।

ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ସୁରକ୍ଷିତ ପରିବେଶ ହିଁ ସୁରକ୍ଷିତ

ଭବିଷ୍ୟତର ଆଧାର। ବିଶ୍ୱ ପରିବେଶ ଦିବସ

ଅବସରରେ ଆସନ୍ତୁ ପରିବେଶର ସୁରକ୍ଷା ଓ ସଂରକ୍ଷଣ ପାଇଁ ଶପଥ ନେବା। ଏକ ସବୁଜ,

ସ୍ୱଚ୍ଛ ଏବଂ ସୁସ୍ଥ ପୃଥିବୀ ଗଠନ ପାଇଁ ଆମେ ହିଁ ପରିବର୍ତ୍ତନର ବାହକ ହେବା।

ଅଧିକରୁ ଅଧିକ ବୃକ୍ଷରୋପଣ,

ପ୍ଲାଷ୍ଟିକର କମ୍ ବ୍ୟବହାର,

ସବୁଜ ଇନ୍ଧନର ପ୍ରୋତ୍ସାହନ ଏବଂ ପ୍ରଦୂଷଣ ନିୟନ୍ତ୍ରଣ

ମାଧ୍ୟମରେ ଏକ ସୁସ୍ଥ ଓ ସନ୍ତୁଳିତ ପରିବେଶ ଗଠନ କରିବା।

ଆସନ୍ତୁ,

ଆଜିଠାରୁ ପ୍ରକୃତି ପ୍ରତି ଆମର ଦାୟିତ୍ୱ ପାଳନ କରି ଆଗାମୀ ପିଢ଼ି ପାଇଁ ଏକ ସବୁଜ

ଭବିଷ୍ୟତ ସୁନିଶ୍ଚିତ କରିବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande