ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ରଥଯାତ୍ରା ନୀତି ନିର୍ଘଂଟ ଗୃହୀତ
ପୁରୀ, ୦୫ ଜୁନ୍ (ହି.ସ.) - ଶୁକ୍ରବାର ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ନାନ ପୂର୍ଣ୍ଣିମା, ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡାଯାତ୍ରା ଓ ନିଳାଦ୍ରୀ ବିଜେର ନୀତି ନିର୍ଘଂଟ ପ୍ରସ୍ତା
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ରଥଯାତ୍ରା ନୀତି ନିର୍ଘଣ୍ଟ ଗୃହୀତ


ପୁରୀ, ୦୫ ଜୁନ୍ (ହି.ସ.) - ଶୁକ୍ରବାର ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ନାନ ପୂର୍ଣ୍ଣିମା, ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡାଯାତ୍ରା ଓ ନିଳାଦ୍ରୀ ବିଜେର ନୀତି ନିର୍ଘଂଟ ପ୍ରସ୍ତାବ ଗୃହୀତ ହୋଇଛି । ଚିଠା ନୀତି ନିର୍ଘଂଟଆଲୋଚନା ହୋଇ ପରିଚାଳନା କମିଟିର ଅନୁମୋଦନ ହୋଇଛି । ବିଭିନ୍ନ ସବ କମିଟି ସମ୍ପର୍କରେ ବିଶେଷ ଭାବେ ଆଲୋଚନା ହୋଇଛି । ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ରତ୍ନଭଣ୍ଡାର ଗଣତି କାର୍ଯ୍ୟ ସ୍ଥଗିତ ରହିବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଅଳଙ୍କାର ମଧ୍ୟ ଗଣତିରେ ସାମିଲ ହେବ । ଗଣତି ପରେ ନୂଆ ସିନ୍ଦୁକରେ ଅଳଙ୍କାର ଗୁଡ଼ିକ ରଖାଯାଇ ପୁରୁଣା ଆଲମିରା ଗୁଡ଼ିକ ଅପସାରଣ କରାଯିବ । ଭିତର ରତ୍ନଭଣ୍ଡାର ମୂଲ୍ୟବାନ ଅଳଙ୍କାର ଗୁଡ଼ିକ ଖଟଶେଜ ଘରକୁ ଅଣାଯାଇ ଭିଡିଓ ଫଟୋ ଓ ଡିଜିଟାଲ ଲାଇଜେସନ କରାଯିବ। ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଥିବା ଅସ୍ଥାୟୀ ସୂଚନା କେନ୍ଦ୍ର ପରିବର୍ତେ ସ୍ଥାୟୀ ସୂଚନା କେନ୍ଦ୍ର ଓ ଅଭ୍ୟର୍ଥନା କେନ୍ଦ୍ର କରାଯିବ । ବିଦେଶରେ ଇସ୍କନର ଅଦିନିଆ ରଥଯାତ୍ରାକୁ ଗଜପତି ନାପସନ୍ଦ କରିଥିଲେ। ଶାସ୍ତ୍ର ବିରୋଧୀ ରଥଯାତ୍ରା ନକରିବା ପାଇଁ ରାଜ୍ୟସରକାର କେନ୍ଦ୍ରକୁ ଜଣାଇବା ସହ ବିଦେଶକୁ ଏହି ବାର୍ତା ପଠାଇବା ପାଇଁ ଅନୁରୋଧ କରାଯିବ । ସେବକ ଓ ସେବକ ନିଯୋଗ ଓ ମଠ ଗୁଡ଼ିକୁ ଲ୍ୟାଣ୍ଡ ସେଟେଲମେଣ୍ଟରେ ସ୍ଥିର କରାଯିବ । ଶ୍ରୀମନ୍ଦିର ଆଇନର କିଛି ନୂଆ ଧାରା ଯୋଡାଯିବ । ଶ୍ରୀମନ୍ଦିର ଟ୍ରେଡ ମାର୍କ ଲୋଗୋକୁ ସମ୍ପର୍କରେ ଆଲୋଚନା ହୋଇଥିଲା । ସେବକ ଗୁରୁକୁଳ ନିର୍ମାଣରେ ଓବିସିସି କାର୍ଯ୍ୟ ଧିମା ଚାଲିଥିବାରୁ ଅନ୍ୟ କମ୍ପାନୀ ସହ ଯୋଗାଯୋଗ କରାଯିବ । ନିର୍ମାଣ ହେବାକୁ ଥିବା ସେବାୟତ ବାସଗୃହ ଯୋଜନା ଯେଉଁ ଜମି ଉପରେ ହେବ ସେଥିରେ ମାମଲା ଥିବାରୁ ତାହା ନିକଟରେ ଅନ୍ୟ ଜମିରେ ଏହା ନିର୍ମାଣ କରାଯିବ । ମଶାଣିଚଣ୍ଡୀ ନିକଟ ନୀଳଚକ୍ର ବିହାର କୋଠା କାର୍ଯ୍ୟ ତ୍ୱରାନ୍ୱିତ କରାଯିବ। ବାହାର ରତ୍ନଭଣ୍ଡାର ପଡୁଥିବା ତାଲା ଖରାପ ହୋଇଯିବାରୁ ସେହି ସ୍ଥାନରେ ନୂଆ ତାଲା ଲଗାଯିବ । ଭିତର ଓ ବାହାର ରତ୍ନଭଣ୍ଡାରରେ ପଡୁଥିବା ତାଲା ଗୁଡ଼ିକର ଚାବି ଗଜପତି ମହାରାଜା, ଶ୍ରୀମନ୍ଦିର ପ୍ରଶାସନ ଓ ଭଣ୍ଡାର ମେକାପଙ୍କ ପାଖରେ ରଖାଯିବ । ଚଳିତ ରଥଯାତ୍ରାରେ ସେବାୟତଗଣ, ଶ୍ରୀମନ୍ଦିର କର୍ମଚାରୀ, ଭକ୍ତ ଓ ସ୍ଥାନୀୟ ବାସିନ୍ଦା ସହଯୋଗ କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅନୁରୋଧ କରିଥିଲେ । ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ, ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଏସପି ପ୍ରତୀକ ସିଂ ଓ ପରିଚାଳନି କମିଟିର ସଦସ୍ୟ ମାନେ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande